ବୌଦ୍ଧ,୨୯/୬- ଆଜି ଜିଲ୍ଲାରୁ ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂଚନା ଅନୁଯାୟୀ ଆଜି ବୌଦ୍ଧ ବ୍ଲକର ତେଲିବନ୍ଧ ପଞ୍ଚାୟତ ସୁବର୍ଣ୍ଣପୁର ଗ୍ରାମରୁ ୨ଜଣ ଓ ବଘିଆପଡା ପଞ୍ଚାୟତ ବଘିଆପଡା ଗ୍ରାମରୁ ଜଣେ , ହରଭଙ୍ଗା ବ୍ଲକର କରଞ୍ଜକଟା ପଞ୍ଚାୟତ ଲୋକାପଡା ଗ୍ରାମରୁ ୨ ଜଣ, କଣ୍ଟାମାଳ ବ୍ଲକର ବରଗାଁ ପଞ୍ଚାୟତ ମଲ୍ଲିକୁଦ ଗ୍ରାମରୁ ଜଣେ, କଣ୍ଟାମାଳ ପଞ୍ଚାୟତ ଦେଉଳଡୁଙ୍ଗୁରୀ ଗ୍ରାମରୁ ୨ଜଣ, ବଡଛପାପାଲି ଓ ଗାଡିଆଜୋର ଗ୍ରାମରୁ ଜଣେ, ଲମ୍ବସରୀ ପଞ୍ଚାୟତ ସାନରୁଣ୍ଡିମହୁଲ ଗ୍ରାମରୁ ଜଣେ, ମନମୁଣ୍ଡା ପଞ୍ଚାୟତ ମନମୁଣ୍ଡା ଗ୍ରାମରୁ ୪ଜଣ, ରେଙ୍ଗାଲି ପଞ୍ଚାୟତ କାମଘାଟ ଗ୍ରାମରୁ ଜଣେ, ସିମିଳିପଦର ପଞ୍ଚାୟତ ସିଆଳିଝୁଲି ଗ୍ରାମରୁ ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ସହରାଞ୍ଚଳରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୨୧୭୭ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ଆଜିିସୁଦ୍ଧା ୧୧୭୭୨ ସୁସ୍ଥ ହୋଇଥିବାବେଳେ ୩୨୫ ଜଣ ଚିକିତ୍ସାଧୀନ ରହିଛନ୍ତି । । ୮୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ୨୮୦ଜଣ ରିପୋର୍ଟ ଅପେକ୍ଷାରେ ରହିଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।