ଅଗସ୍ତି ମହାକୁଡ ହତ୍ୟା ଘଟଣାର ଖୁଲାସା କଲେ ଏସ୍‌ପି ମହିଳାଙ୍କ ସମେତ ୩ ଗିରଫ

0 5,902

ବୌଦ୍ଧ,୬/୧ – ବୌଦ୍ଧ ସହର ରାଜନପାଲି ଅଗସ୍ତି ମହାକୁଡ ହତ୍ୟା ଘଟଣାର ରହସ୍ୟ ଆଜି ବୌଦ୍ଧ ପୋଲିସ ଗଣମାଧ୍ୟମ ଆଗରେ ପ୍ରକାଶ କରିଛି । ବୌଦ୍ଧ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏସ. ପି ଭି. ରଘୁନାଥ ରାଓ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ରାଜନପାଲି ଗ୍ରାମର ଜଣେ ବିଧବାଙ୍କ ଅବୈଧ ସମ୍ପର୍କକୁ ଅଗସ୍ତି ବାରମ୍ବାର ପ୍ରତିବାଦ କରୁଥିବାରୁ ସାନ ବାଗବର୍‌ ଗ୍ରାମର ବିନୋଦ ବେହେରା (୨୫), କଂଟୁଆଣି ଗ୍ରାମର ବେଲାରସେନ୍‌ ମହାକୁଡ (୪୯) ଓ ରାଜନପାଲି ଗ୍ରାମର ବନୀତା ବିଶି (୩୫) ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି । ମୁଖ୍ୟ ଅଭିଯୁକ୍ତ ବିନୋଦ ବେହେରା ଅଗସ୍ତିଙ୍କ ଘର ଠାରୁ ଅଳ୍ପ ଦୂରରେ ଥିବା ବନୀତାଙ୍କ ଘରକୁ ନିୟମିତ ଯା ଆସ କରୁଥିଲା । ଅଗସ୍ତି ଅନେକ ଥର ସେଥିପାଇଁ ବିନୋଦକୁ ବାରଣ କରିଥିଲା । ଉଭୟଙ୍କ ମଧ୍ୟରେ ଅନେକ ଥର ଯୁକ୍ତିତର୍କ ମଧ୍ୟ ହୋଇଥିଲା ।

hiring

ଗତ ଡିସେମ୍ବର୍‌ ୩୦ ତାରିଖ ଦିନ ସନ୍ଧ୍ୟା ୬.୩୦ ମିନିଟ ସମୟରେ ଅଗସ୍ତି ସହିତ ମୁଖ୍ୟ ହତ୍ୟାକାରୀଙ୍କ ସହଯୋଗୀ ବେଲାରସେନ ମହାକୁଡ ଏନଏସି ଛକରେ ଥିଲେ । ତାଙ୍କ ସହ ମୁଖ୍ୟ ଅଭିଯୁକ୍ତ ବିନୋଦ ମିଶିଥିଲା । ସେମାନେ ପାଉଚ ମଦ କିଣି ପୁରୁଣା କଚେରୀ ଠାରୁ ଅଳ୍ପ ଦୂରରେ ଗୋଟିଏ ବାଲି ଗଦାରେ ବସି ମଦ ପିଇଥିଲେ । ସେଠାରେ ଅଗସ୍ତି ଓ ବିନୋଦ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଅଗସ୍ତିକୁ ବେଲାରସେନ୍‌ ପ୍ରଥମେ ଧକ୍କା ମାରିବାରୁ ଅଗସ୍ତି ବାଲିଗଦା ଉପରେ ପଡିଗଲା । ବିନୋଦ ଅଗସ୍ତିର ତଣ୍ଟିକୁ ହାତରେ ଚିପି ଧରି ମୁହଁକୁ ମୁଥ ମାରିଥିଲା । ଅଗସ୍ତି ମରିଯିବାପରେ ତାକୁ ବାଲି ଗଦାରେ ପୋତି ଦେଇଥିଲେ । ପରେ ବୌଦ୍ଧ ଆଦର୍ଶ ଥାନା ଶବକୁ ଉଦ୍ଧାର କରିଥିଲା । ତିନିଜଣ ଅଭିଯୁକ୍ତଙ୍କ ସମେତ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଗୋଟିଏ ବୁଲେଟ ଓଡି ୨୭ ବି ୭୨୨୭ କୁ ପୋଲିସ୍‌ ଜବତ କରିଛି । ଆଜିର ସାମ୍ବାଦିକ ସମ୍ମିଳନୀରେ ଉପଖଣ୍ଡ ପୋଲିସ୍‌ ଅଧିକାରୀ ସାଲେଷ୍ଟିନ ଟିଗା, ଆଦର୍ଶ ବୌଦ୍ଧଥାନା ଅଧିକାରୀ ତପସ୍ୱିନୀ କହଁର ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

one × 3 =