ମୁଣ୍ଡିପଦର ପେକ୍ସ ଧାନମଣ୍ଡିର ସ୍ଥାନ ନିରୁପଣକୁ ନେଇ ଟଣାଓଟରା !

0 720

ବୌଦ୍ଧ,୯/୧୨- ବୌଦ୍ଧବ୍ଲକ୍‌ ମୁଣ୍ଡିପଦର ସେବା ସମବାୟ ସମିତିର ଧାନ ମଣ୍ଡି ଚଳିତବର୍ଷ କାଶଲପୁର ନିୟନ୍ତ୍ରିତ ବଜାର କମିଟି ପରିସରରେ ଖୋଲାଯିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ପୂର୍ବରୁ ସମିତି ପରିସରରେ ଧାନ କିଣା ହେଉଥିଲା ଓ ସ୍ଥାନାଭାବ ଯୋଗୁଁ ଚାଷୀମାନେ ଧାନ ରଖିବାକୁ ବହୁତ ହଇରାଣ ହେଉଥିଲେ । ବର୍ଷା ହେଲେ ଧାନ ଓଦା ମଧ୍ୟ ହେଉଥିଲା । ସ୍ଥାନାଭାବ ଯୋଗୁଁ ରାସ୍ତା ଉପରେ ଟ୍ରକ ରଖି ଦିନ ରାତି ଧାନ ବୋଝେଇ କରାଯାଉଥିବାରୁ ଲୋକଙ୍କ ଯାତାୟାତରେ ଅସୁବିଧା ହେଉଥିଲା । ବିପଦପୂର୍ଣ୍ଣ ଅବସ୍ଥାରେ ମଣ୍ଡି ଚାଲୁଥିବାରୁ ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ପ୍ରଶାସନ ଚଳିତବର୍ଷ କାଶଲପୁର୍‌ ମାର୍କେଟୟାର୍ଡକୁ ମୁଣ୍ଡିପଦର ସମିତିର ଧାନକ୍ରୟ କେନ୍ଦ୍ର ସ୍ଥାନାନ୍ତର ପାଇଁ ପ୍ରଶାସନର ନିଷ୍ପତିକୁ ଜନସାଧାରଣରେ ସ୍ୱାଗତ କରାଯାଇଛି । ମାତ୍ର କିଛିଦିନ ତଳେ ସାର ଦୁର୍ନୀତିରେ ନିଲମ୍ବିତ ହୋଇ ପୁନଃନିଯୁକ୍ତି ପାଇଥିବା ସମ୍ପାଦକଙ୍କ ପ୍ରରୋଚନାରେ କିଛି ତଥାକଥିତ ଚାଷୀ କାଶଲ୍‌ପୁରରେ ମଣ୍ଡିକୁ ବିରୋଧ କରୁଛନ୍ତି । ସମ୍ପାଦକ ଚାଷୀମାନଙ୍କୁ କାଶଲପୁର୍‌ ଧାନ ନନେଇ ସାହାଜପାଲ୍‌ ସମିତି ପରିସରରେ ଧାନ ରଖିବାକୁ କହୁଥିବା ଚାଷୀ ଅଭିଯୋଗ କରିଛନ୍ତି । ଫଳରେ କାଶଲପୁର୍‌ ନିୟନ୍ତ୍ରିତ ବଜାର କମିଟି ମଣ୍ଡିରେ ତାଲା ପଡିଛି ଓ ଗତ ଦୁଇ ଦିନ ହେଲା ମଣ୍ଡି ଆରମ୍ଭ ହୋଇସାରିଥିଲେ ମଧ୍ୟ ଧାନକ୍ରୟ ଆରମ୍ଭ ହୋଇପାରିନାହିଁ । ଏଭଳି ରାଜନୀତି ଚାଲିଥିବା ବେଳେ ଚାଷୀ ହଇରାଣ ହେଉଛନ୍ତି । ସମ୍ପାଦକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣପାଇଁ ଚାଷୀମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେବାକୁ ସଜବାଜ ହେଉଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

12 − 11 =