ଖୁଲମ୍‌ଖୁଲା ବୁଲୁଛନ୍ତି କୋଭିଡ୍‌ ପଜିଟିଭ, ଲୋକେ ଆତଙ୍କିତ

0 3,196

ବୌଦ୍ଧ/ବାଉଁଶୁଣୀ,୨୭/୪ – ବୌଦ୍ଧଜିଲ୍ଲାରେ ଦିନକୁଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଅମାନିଆ ମାନେ ସାମାଜିକ ଦୂରତା ରକ୍ଷା ନ କରିବା କିମ୍ବା ମାସ୍କ ନପିନ୍ଧିବା ସାଧାରଣ କଥା ହୋଇଥିବାବେଳେ କୋଭିଡ୍‌ ପଜିଟିଭ ବାହାରିଥିବା ବ୍ୟକ୍ତିଙ୍କ ଖୁଲମ୍‌ଖୁଲା ବୁଲାବୁଲି କରିବା ଘଟଣା ଚିନ୍ତାରେ ପକାଇଛି ସାଧାରଣ ଲୋକଙ୍କୁ । ବୌଦ୍ଧ ସହରରେ ଗତକାଲି ଜଣେ କୋଭିଡ୍‌ ଆକ୍ରାନ୍ତ ବାହାରେ ବୁଲୁଥିବାବେଳେ ପୋଲିସ୍‌ ହାବୁଡରେ ପଡିଥିବା ଘଟଣା ଲୋକଙ୍କୁ ଆତଙ୍କିତ କରୁଛି । ଚଳିତ ସପ୍ତାହରେ ବୌଦ୍ଧବ୍ଲକ୍‌ ବାଉଁଶୁଣୀ ନିକଟରେ ଥିବା ଗୋଟିଏ ଏନ.ଜି.ଓ.ର ଏକାଧିକ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଉକ୍ତ ସଂସ୍ଥାର ପଜିଟିଭ ଚିହ୍ନିତ କର୍ମଚାରୀମାନେ ଆଇସୋଲେସନରେ ରହିବା ପରିବର୍ତ୍ତେ ଛକ ବଜାରରେ ଖୋଲାଖୋଲି ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଉଛନ୍ତି । ଫଳରେ ବାଉଁଶୁଣୀ ଅଂଚଳରେ ସଂକ୍ରମଣ ଆଶଙ୍କା କରାଯାଉଛି । ଏନ.ଜି.ଓ.ରୁ ଏକାଧିକ କର୍ମଚାରୀ ପଜିଟିଭ ବାହାରିଥିବା ସତ୍ତେ୍ୱ ପ୍ରଶାସନ ଆଜିପର୍ଯ୍ୟନ୍ତ କାର୍ଯ୍ୟାଳୟକୁ କାହିଁକି ସିଲ ନକରି ଚୁପ୍‌ ରହିଛି ତାହା ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟିକରୁଛି । ସ୍ୱେଚ୍ଛାସେବୀ ସଂସ୍ଥା ଲୋକଙ୍କୁ ସଚେତନ କରାଇବା ପରିବର୍ତ୍ତେ ସଂକ୍ରମଣକୁ ବଢାଇବାକୁ ପ୍ରୋତ୍ସାହନ ଦେଉଥିବା ହେତୁ ଅନୁଷ୍ଠାନ ନାମରେ କୋଭିଡ୍‌ ଆକ୍ଟରେ ମାମଲା ରୁଜୁ କରାଯିବାକୁ ଜନ ସାଧାରଣରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

20 + 15 =