ମୁଣ୍ଡାପଡା ପେକ୍ସରେ ତାଲା ପକାଇ ମଣ୍ଡିକୁ ବନ୍ଦକଲେ ଚାଷୀ

0 1,315

ବୌଦ୍ଧ,୧୪/୧୨ – ବୌଦ୍ଧବ୍ଲକ୍‌ ମୁଣ୍ଡାପଡା ସେବା ସମବାୟ ସମିତି କାର୍ଯ୍ୟାଳୟ ଗେଟ୍‌ରେ ତାଲା ପକାଇ ବସିଛନ୍ତି ଚାଷୀମାନେ । ଫଳରେ ଧାନ ମଣ୍ଡି ବାଧାପ୍ରାପ୍ତ ହୋଇଛି । ମୁଣ୍ଡାପଡା ମଣ୍ଡି ଆରମ୍ଭ ଦିନ ଠାରୁ ବିବାଦ ଘେରରେ ରହିଛନ୍ତି ସମିତି ସମ୍ପାଦକ ଓ ସମିତିରେ ଡି.ଇ.ଓ. ଥିବା ତାଙ୍କର ପୁଅ । ଉଭୟଙ୍କ ବିରୋଧରେ ଦୁର୍ନୀତି ଓ ବେପାରୀଙ୍କୁ ସହଯୋଗ କରୁଥିବା ଅଭିଯୋଗ ଆଣି ଚାଷୀ ମାନେ ବାରମ୍ବାର ଅଭିଯୋଗ କରୁଛନ୍ତି । ସମବାୟ ସମିତି ସମୂହର ସହକାରୀ ନିବନ୍ଧକ ଭୀମସେନ ସାହୁ ଓ ଜିଲ୍ଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ ୩ ଦିନ ତଳେ ମୁଣ୍ଡାପଡା ଯାଇ ଚାଷୀ ମାନଙ୍କୁ ବୁଝା ଶୁଝା କରିବା ସହ ଚାଷୀ ମାନଙ୍କୁ ହଇରାଣ ଆଉ କରିବେ ନାହିଁ ବୋଲି ସମ୍ପାଦକ ବୃନ୍ଦାବନ ମହାକୁଡଙ୍କ ଠାରୁ ଲିଖିତ ସ୍ୱୀକାରୋକ୍ତି ପତ୍ର ଆଣିଥିଲେ । ଗତ ଶନିବାର ରାତିରେ ଶୀତ କାକରରେ ମଣ୍ଡିରେ ଶୋଇଥିବା ଜଣେ ଚାଷୀଙ୍କ ଅବସ୍ଥା ଗୁରୁତର ହେବାରୁ ମଧ୍ୟ ରବିବାର ସକାଳେ ଉତ୍ତେଜନା ପ୍ରକାଶ ପାଇଥିଲା । ଆଜି ସକାଳୁ ପୁଣି ସମିତିର ଫାଟକରେ ତାଲା ପକାଇ ଚାଷୀମାନେ ବସିଛନ୍ତି । ମଣ୍ଡିରେ ସୃଷ୍ଟି ହେଉଥିବା ଅଚଳାବସ୍ଥା ସମ୍ପର୍କରେ କିନ୍ତୁ ଭିନ୍ନ ମତ ଦିଅନ୍ତି ସମ୍ପାଦକ ବୃନ୍ଦାବନ ମହାକୁଡ । ଜଣେ ଚାଷୀ ପୁରୁଣା ଧାନ ଆଣିଥିବାରୁ ମିଲର ନେବାକୁ ରାଜି ହୋଇନଥିଲେ ଫଳରେ ଧାନ ଉଠି ପାରିନଥିଲା । ସେ ରାତିରେ ସମିତିର ବାରଣ୍ଡାରେ ଶୋଇଥିଲେ । ସକାଳେ ଟ୍ରକ ଆସିଥିଲା ଓ ଚାଷୀ ଅନୁପସ୍ଥିତ ଥିବାରୁ ଧାନ ଓଜନ ହୋଇ ପାରିନଥିଲା । ଏ ଘଟଣାକୁ କେନ୍ଦ୍ର କରି ସମିତି ଉପରେ ଅଯଥା ଆରୋପ କରାଯାଉଥିବା ଶ୍ରୀ ମହାକୁଡ କହିଛନ୍ତି । ଧାନ ମଣ୍ଡି ସୁଚାରୁ ରୁପେ ଚାଲିଛି ଓ ଚାଷୀମାନେ କିଭଳି ସୁରୁଖୁରୁରେ ଧାନ ବିକିବେ ସେଥିପାଇଁ ସମିତି ପକ୍ଷରୁ ପ୍ରାଥମିକତା ଦିଆ ଯାଉଥିବା ସମ୍ପାଦକ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

10 − 7 =