ଦେଉଳିରେ ସଶସ୍ତ୍ର ଡକାୟତି, ସୁନା ଗହଣା ଓ ଟଙ୍କା ଲୁଟ

0 1,760

ବୌଦ୍ଧ,୧୭/୧ – ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନମୁଣ୍ଡା ଥାନା ଦେଉଳି ଗ୍ରାମରେ ଗତ ଶୁକ୍ରବାର ରାତିରେ ଜଣଙ୍କ ଘରେ ପଶି ବନ୍ଧୁକ ଦେଖାଇ ପ୍ରାୟ ୧୭ ଭରି ସୁନା ଓ ପାଞ୍ଚ ହଜାର ଟଙ୍କା ଲୁଟ କରି ନେଇଥିବା ମନମୁଣ୍ଡା ଥାନାରେ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ନିକଟ ଦେଉଳି ଗ୍ରାମର ଗଣେଶ ପ୍ରସାଦ ମିଶ୍ରଙ୍କ ଘରେ ଶୁକ୍ରବାର ରାତି ପ୍ରାୟ ୧ ଘଣ୍ଟା ସମୟରେ ୩ ଜଣ ଦୁର୍ବୃତ୍ତ ଫାଟକ ତାଲା କାଟି ହାତରେ ବନ୍ଧୁକ ଧରି ପଶିଥିଲେ । ପରିବାର ଲୋକଙ୍କୁ ବନ୍ଧୁକ ଦେଖାଇ ଆଲମାରୀ ଚାବି ମାଗି ସୁନା ଓ ଟଙ୍କ।। ଲୁଟ କରି ଫେରାର ମାରିଥିଲେ । ଦୁର୍ବୃତ୍ତମାନେ ମୁହଁରେ ମାସ୍କ ଓ ହାତରେ ଗ୍ଲୋବସ ପିନ୍ଧିଥିଲେ । ବର୍ଷ ଆରମ୍ଭରୁ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ହତ୍ୟାକାଣ୍ଡ ଓ ଲୁଟ ଭଳି ଘଟଣାମାନ ଘଟୁଥିବା ଦେଖିବାକୁ ମିଳୁଛି । ସେଥିପାଇଁ ଜନସାଧାରଣରେ ଉଦବେଗ ପ୍ରକାଶ ପାଉଛି ଓ ପୋଲିସ୍‌ ପ୍ରଶାସନ ସକ୍ରିୟ ହେବାକୁ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

two − one =