ଚାରିଛକ ଠାରେ ଜେ.ଏମ.ଏଫ.ସି. କୋର୍ଟ ବିଲଡିଂ ପାଇଁଁ ଭୂମି ପୂଜନ

0 834

ବୌଦ୍ଧ,୨/୧୧ –ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍‌ ସଦର ମହକୁମା ଚାରିଛକ ଠାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତ (ଜେ.ଏମ.ଏଫ.ସି) ର ନୂତନ କୋର୍ଟ ବିଲଡିଂ ନିର୍ମାଣ ପାଇଁ ଆଜି ଚାରିଛକ ନିକଟରେ ଚିହ୍ନଟ ହୋଇଥିବା ସ୍ଥାନରେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭୂମି ପୂଜନ ଉତ୍ସବରେ ମୁଖ୍ୟଅତିଥି ଭାବରେ ଜିଲ୍ଲା ଦୌରାଜଜ୍‌ ଅରବିନ୍ଦ କୁମାର ଗୁରୁ ଯୋଗ ଦେଇଥିଲେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ରେଜିଷ୍ଟାର ପ୍ରୀତିଶ କୁମାର ରାଉତରାୟ, ହରଭଙ୍ଗା ପଂଚାୟତ ସମିତି ଚେୟାରମେନ ବିଶ୍ୱଜିତ ମିଶ୍ର, ହରଭଂଗା ଓକିଲ ସଂଘ ସଭାପତି ଅକ୍ଷୟ କୁମାର ସାହୁ, ସମ୍ପାଦକ ରଂଜିତ କୁମାର ପ୍ରଧାନ ଯୋଗ ଦେଇଥିଲେ । ୩ କୋଟି ୧୬ ଲକ୍ଷ ଟଙ୍କ।। ବ୍ୟୟରେ ଉକ୍ତ ଅଦାଲତ କୋଠା ଓ ବାସଗୃହ ନିର୍ମାଣ ହେବ ବୋଲି ଜଣାପଡିଛି । ଚାରିଛକ ଠାରେ ପ୍ରସ୍ତାବିତ ଅଦାଲତ ତୁରନ୍ତ କାର୍ଯ୍ୟକ୍ଷମ ଦାବୀ କରି ସ୍ଥାନୀୟ ଓକିଲମାନେ ଦୀର୍ଘଦିନରୁ ଦାବୀକରି ଆସୁଥିଲେ । ଚାରିଛକ ଠାରେ ଜେ.ଏମ.ଏଫ.ସି. ଅଦାଲତ ଶୀଘ୍ର କାର୍ଯ୍ୟକ୍ଷମ ହେଲେ ହରଭଙ୍ଗା ଅଞ୍ଚଳର ବିଭିନ୍ନ ମାମଲା ଶୀଘ୍ର ଫଇସଲା ହେବାରେ ସହାୟକ ହେବ ବୋଲି ବ୍ଲକବାସୀ ଆଶା ରଖିଛନ୍ତି ।

hiranchal ad1
Leave A Reply

Your email address will not be published.

twenty − two =