ମହାପ୍ରଭୁଙ୍କର ଘୋଷଯାତ୍ରା ପାଇଁଁ ଅନୁକୂଳ ହେଲା ରଥକାଠ

0 78

ବୌଦ୍ଧ/ହରଭଙ୍ଗା,୨/୩- ଚଳିତବର୍ଷ ପୁରୀ ରଥଯାତ୍ରା ପାଇଁଁ ବୌଦ୍ଧ ବନଖଣ୍ଡରୁ ଯିବ ରଥ କାଠ । ସେନେଇ ମହାପ୍ରଭୁଙ୍କର ଆଜ୍ଞାମାଳକୁ ନେଇ ମଙ୍ଗଳବାର ଦିନ ପୁରୀରୁ ଆସିଥିବା ୪ଜଣିଆ ଟିମ୍‌ ବୌଦ୍ଧଜିଲ୍ଲା ମାଧପୁର ରେଞ୍ଜ ବନଦୁର୍ଗା ମନ୍ଦିର ଠାରେ ପହଁଚିଥିଲେ । ପରେ ବନବିଭାଗ ପକ୍ଷରୁ ଜଗନ୍ନାଥଙ୍କ ଆଜ୍ଞାମାଳ ଓ ସମସ୍ତ ଟିମ୍‌କୁ ନାମ ସଂକୀର୍ତ୍ତନ୍ୟ ସହ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା । ରଥକାଠ ଅନୁକୂଳ ପୁର୍ବରୁ ପ୍ରଥମେ ମାଁ ବନଦୁର୍ଗାଙ୍କ ମନ୍ଦିର ଠାରେ ବୌଦ୍ଧ ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀଙ୍କ ତତ୍ତ୍ୱାବଧାନରେ ହୋମଯଜ୍ଞ କରାଯାଇଥିଲା । ପରେ ଉକ୍ତ ରେଞ୍ଜ ଅନ୍ତର୍ଗତ କରୋଡାକୋଠା ହାତିଧରା ଜଙ୍ଗଲରୁ ପ୍ରଥମେ ଏକ ଗଛକୁ ପୂଜାର୍ଚ୍ଚନା କରାଯାଇ ଗଛକାଟିବା କାଯ୍ୟକ୍ରମ ଅନୂକୁଳ କରାଯାଇଥିଲା । ଏହି କାଯ୍ୟକ୍ରମରେ ପୁରୀ ରଥ ନିର୍ମାଣ କମିଟିର ସଦସ୍ୟବୃନ୍ଦ ସୁଦର୍ଶନ ମେକାପ, ରଥ ନିର୍ମାଣର ତତ୍ୱାବଧାରକ ଲକ୍ଷ୍ମଣ ମହାପାତ୍ର, ରଥ କାଠ ଅମିନ ରବି ଭୋଇଙ୍କ ସମେତ ଭୋଇ ସର୍ଦ୍ଦାର ଓ ଅନ୍ୟପଟେ ବୌଦ୍ଧ ବନଖଣ୍ଡର ଅଧିକାରୀ ଯଶୋବନ୍ତ ସେଠୀ, ସହକାରୀ ବନ ସଂରକ୍ଷକ ରାଜେନ୍ଦ୍ର ଗୋଛାୟତ୍‌, ସୌମ୍ୟରଂଜନ ଗୋଛାୟତ୍‌, ଜିତେନ୍ଦ୍ର କୁମାର ବେହେରା, ମାଧପୁର ବନାଂଚଳ ଅଧିକାରୀ ସରୋଜ କୁମାର ମିଶ୍ର, ପ୍ରଦୀପ ବେହେରା, ନାରାୟଣ ସ୍ୱାଇଁ, ପୁରୁଣାକଟକ ରେଞ୍ଜର ନିହାର ରଂଜନ ମଲ୍ଲିକଙ୍କ ସମେତ ମାଧପୁର ବନାଞ୍ଚଳ କର୍ମଚାରୀମାନେ ଯୋଗଦେଇଥିଲେ । ସୁଚନାଥାଉକି ବୌଦ୍ଧ ବନଖଣ୍ଡ ଅଧୀନରୁ ୨୦୧୮ ମସିହା ଠାରୁ ମହାପ୍ରଭୁଙ୍କର ଘୋଷଯାତ୍ରା ପାଇଁଁ ରଥକାଠ ପ୍ରେରଣ ହୋଇଆସୁଛି । ୨୦୧୮ ମସିହାରେ ୨୫୬ ଖଣ୍ଡ ପ୍ରଥମ କରି ଯାଇଥିବା ବେଳେ, ୨୦୧୯ ରେ ୨୪୮ ଖଣ୍ଡ, ୨୦୨୦ ରେ ୩୪୫ ଖଣ୍ଡ ପ୍ରେରଣ କରାଯାଇଥିବାବେଳେ ଚଳିତ ବର୍ଷ ପାଢେଲ, ସୁବର୍ଣ୍ଣଗିରି, ମୁଣ୍ଡେଶ୍ୱର, ହାତିଧରା ସଂରକ୍ଷିତ ଜଙ୍ଗଲରୁ ଅସନ ୨୭୦ ଖଣ୍ଡ, ଧଉରା ୩୨୪, ଫାସି ୭ ଖଣ୍ଡ,ମଇ ୪୦ ଖଣ୍ଡ, ସିମିଳି ୨୦ ଖଣ୍ଡ, ରାଇ ୨୦ ଖଣ୍ଡ, ବଲ୍‌ହା ୨୦ ଖଣ୍ଡ ମୋଟ୍‌ ୭୦୧ ଖଣ୍ଡ ରଥ କାଠ ଯିବା ନେଇ ବନବିଭାଗ ପକ୍ଷରୁ ସୁଚନା ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

two + eleven =