ବୌଦ୍ଧ : ଖୋର୍ଦ୍ଧା -ବଲାଙ୍ଗୀର ରେଳପଥ ନିର୍ମାଣ ପାଇଁ ଭୂମିପୂଜନ, ଆସନ୍ତା ୩ ବର୍ଷ ମଧ୍ୟରେ ବୌଦ୍ଧଜିଲ୍ଲାକୁ ରେଳ ଗଡିବ-ଜିଲ୍ଲାପାଳ

0 119

ବୌଦ୍ଧ,୧୬/୧- ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ନିର୍ମାଣ କାମ ବୌଦ୍ଧ ଜିଲ୍ଲାରେ ଆରମ୍ଭ କରିବା ପାଇଁ ଗତକାଲି ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କଣ୍ଟାମାଳବ୍ଲକ ମନମୁଣ୍ଡା ଗ୍ରାମ ପଞ୍ଚାୟତର ପୁରୁଣାପାଣି ଗ୍ରାମ ଠାରେ ଭୂମି ପୂଜନ କାର୍ଯ୍ୟକ୍ରମରେ ପୂର୍ବତଟ ରେଳପଥର ମୁଖ୍ୟ ପ୍ରଶାସନିକ ଅଧିକାରୀ, ମୁଖ୍ୟଯନ୍ତ୍ରୀ, ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ସହକାରୀ ମୁଖ୍ୟଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ । ଛତିଶଗଡ ରାଜ୍ୟ ବିଳାସପୁରର ନିର୍ମାଣ ସଂସ୍ଥା ଝରଝରିଆ ନିର୍ମାଣ ଲିମିଟେଡ ମନମୁଣ୍ଡା ଠାରୁ ସରସରା ଯାଏଁ ରେଳପଥ ନିର୍ମାଣ କାମର ଟେଣ୍ଡର ପାଇଥିବା ଜଣାପଡ଼ିଛି । ଫେବ୍ରୁଆରୀ ମାସର ପ୍ରଥମାର୍ଦ୍ଧରେ ପୁରା ଦମ୍‌ରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ନିର୍ମାଣ ସଂସ୍ଥା ଅଣ୍ଟା ଭିଡିଥିବା ସୂଚନା ମିଳିଛି । ଆଜି ଜିଲ୍ଲାପାଳ କୋଭିଡ ହସପିଟାଲର ଟିକାକରଣ ଶୁଭାରମ୍ଭ ଅବସରରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଥିଲେ ଯେ ଆମ୍ଭମାନଙ୍କ ବହୁଦିନର ଆଶା ପୂରଣ ହେବାକୁ ଯାଉଛି । ବୌଦ୍ଧଜିଲ୍ଲାପାଇଁ ଏହାଏକ ଖୁସିଖବର ଯେ ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପ କାର୍ଯ୍ୟ ଆସନ୍ତା ୩ବର୍ଷ ମଧ୍ୟରେ ସଂପୂର୍ଣ୍ଣ ହୋଇ ବୌଦ୍ଧଜିଲ୍ଲାକୁ ରେଳ ଗଡିବ । ଜିଲ୍ଲାପାଳଙ୍କ ଏହି ସୂଚନା ବୌଦ୍ଧଜିଲ୍ଲାବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳାଇ ଦେଇଛି ।

hiranchal ad1
Leave A Reply

Your email address will not be published.

fourteen + two =