ପି.ଏମ.ଏ.ୱାଇ. ଅର୍ଥ ହଡପ ନେଇ ଥାନାରେ ଏତଲା ଦେଲେ ବିଡିଓ

0 1,179

ବୌଦ୍ଧ,୨୫/୧୧ – ବୌଦ୍ଧ ବ୍ଲକ୍‌ ମୁଣ୍ଡାପଡା ଗ୍ରାମ ପଞ୍ଚାୟତ କିରାସିରା ଓ ବଡମାଲ୍‌ ଗ୍ରାମରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଅର୍ଥହଡପ ମାମଲାରେ ବୌଦ୍ଧ ବିଡିଓ ଦେବୀ ପ୍ରସାଦ ଦାଶ ବୌଦ୍ଧ ଆଦର୍ଶ ଥାନାରେ ଏଫଆଇଆର ଦେଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ବିଡିଓ ଆବାସ ଯୋଜନାର ଅର୍ଥ ହଡପ ମାମଲାର ତଦନ୍ତ କରିବାକୁ ଗତ ଅକ୍ଟୋବର ୧୫ ତାରିଖ ଦିନ ମୁଣ୍ଡାପଡା ଗ୍ରାମ ପଞ୍ଚାୟତକୁ ଯାଇଥିଲେ । କିରାସିରା ଗ୍ରାମର ହିତାଧିକାରୀ ସୁଶାନ୍ତ ବେହେରାଙ୍କ ଘର ନିହ ପଡିଥିବାବେଳେ ତାଙ୍କ ଜମାଖାତାକୁ ଏକାଧିକ କିସ୍ତିର ୯୦ ହଜାର ଟଙ୍କାଯାଇଛି । ସେହିପରି ବଡମାଲ୍‌ ଗ୍ରାମର ହିତାଧିକାରୀ କାର୍ତ୍ତିକ ନାଏକଙ୍କ ଘର ନିର୍ମାଣ ନ ହୋଇ ବିଭିନ୍ନ କିସ୍ତିରେ ୯୦ ହଜାର ଟଙ୍କା ଯାଇଛି ଓ ଜମା ଖାତାରୁ ଉଠାଣ ମଧ୍ୟ ହୋଇସାରିଛି । ବିଡିଓ ଶ୍ରୀ ଦାଶ ମୃତ ହିତାଧିକାରୀ କାର୍ତ୍ତିକ ନାଏକଙ୍କ ଝିଅ ମଞ୍ଜୁ ନାଏକଙ୍କୁ ଏ ସମ୍ପର୍କରେ ପଚାରିଥିଲେ । ବାପାଙ୍କ ଏଟିଏମ୍‌ ବସନ୍ତ ବାଘଙ୍କୁ ଦେଇଥିବା ମଞ୍ଜୁ ପ୍ରକାଶ କରିଥିଲେ । ବସନ୍ତ ବାଘ ମଧ୍ୟ ଟଙ୍କା ଉଠାଣ କଥାକୁ ସ୍ୱୀକାର କରିଥିଲେ ଓ ସେମାନେ ବୌଦ୍ଧଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଜଣେ କର୍ମଚାରୀ ପ୍ରକାଶ ପାଣ୍ଡେଙ୍କ ସହ ମିଶି କରିଥିବା ବିଡିଓଙ୍କ ଆଗରେ କହିଥିଲେ । ବିଡିଓ ଗତକାଲି ଏ ସମ୍ପର୍କରେ ବୌଦ୍ଧଥାନାରେ ମାମଲା ଦାୟର କରିବାପରେ ପୋଲିସ ଏ ସମ୍ପର୍କରେ ତଦନ୍ତ କରୁଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

thirteen − 7 =