୪୫ ଜଣ ଗଣ ଶିକ୍ଷକ ରେଗୁଲାର୍‌ ହେଲେ

0 1,172

ବୌଦ୍ଧ, ୬/୧- ବୌଦ୍ଧ ଶିକ୍ଷା ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ସେପ୍‌ଟେମ୍ବର ୨୦୧୧ ମସିହାରୁ ଗଣ ଶିକ୍ଷକ ଭାବରେ କାର୍ଯ୍ୟ କରୁଥିବା ୪୫ ଜଣ ଶିକ୍ଷକ ଶିକ୍ଷୟତ୍ରୀ ରେଗୁଲାର୍‌ ହେବାର ସମସ୍ତ ପ୍ରକ୍ରିୟା ସରିଛି । ସେମାନଙ୍କ ସମସ୍ତ ଆବଶ୍ୟକୀୟ ଶିକ୍ଷାଗତ ଓ ଓ.ଟି.ଇ.ଟି. ପ୍ରମାଣପତ୍ର ଯାଞ୍ଚ ପରେ ସେମାନଙ୍କୁ ଲେଭେଲ୍‌ ୫ ସହକାରୀ ଶିକ୍ଷକ ଭାବେ ତା ୨୧. ୧୧. ୨୦୧୯ ରିଖରୁ ଅବିହିତ କରାଯାଇଛି । ସୁଚନା ଅଧିକାର ବଳରେ ମିଳିଥିବା ତଥ୍ୟ ଅନୁଯାୟୀ ଗତ ୨୦୧୯ ରେ ହୋଇଥିବା ଓ.ଟି. ଇ.ଟି. ପରୀକ୍ଷାରେ ପାସ୍‌ କରିଥିବା ପ୍ରମାଣପତ୍ର ଦେଇ ଜିଲ୍ଲାରେ ମୋଟ୍‌ ୯୪ ଜଣ ଗଣ ଶିକ୍ଷକ ରେଗୁଲାର୍‌ ହେବା ପାଇଁ ଆବେଦନ କରିଥିଲେ । ସେମାନଙ୍କ ମଧ୍ୟରୁ ବୌଦ୍ଧ ବ୍ଲକ୍‌ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ୬ ଜଣ, ହରଭଙ୍ଗା ବ୍ଲକ୍‌ ର ୧୨ ଜଣ ଓ କଣ୍ଟାମାଳ ବ୍ଲକର ୨୭ ଜଣ ଗଣ ଶିକ୍ଷକଙ୍କ ପ୍ରମାଣପତ୍ର ଠିକ୍‌ଥିବାରୁ ରେଗୁଲାର୍‌ ହୋଇଛନ୍ତି । ଜାଲ୍‌ ପ୍ରମାଣପତ୍ର ଦେଇଥିବା ୪୯ ଜଣଙ୍କ ଶିକ୍ଷକଙ୍କ ନିକଟକୁ ଜିଲ୍ଲା ଶିକ୍ଷା ଅଧିକାରୀ ମାସେ ମଧ୍ୟରେ ଉତ୍ତର ଦେବାକୁ କାରଣ ଦର୍ଶାଅ ନୋଟିସ୍‌ ଜାରୀ କରିଥିଲେ । ମାସେ ସମୟ ମଧ୍ୟରେ କୌଣସି ଜଣେ ମଧ୍ୟ ଉତ୍ତର ଦେଇନଥିଲେ ଓ ଆଉ ୧୫ ଦିନର ମହଲତ ଶିକ୍ଷକମାନେ ମାଗିଥିବା ଜଣାପଡିଛି । ଜାଲ୍‌ ପ୍ରମାଣପତ୍ର ଦେଇଥିବା ଗଣଶିକ୍ଷକ ମାନଙ୍କ ମଧ୍ୟରୁ ଇତି ମଧ୍ୟରେ କିଛି ଶିକ୍ଷକ ରେଗୁଲାର୍‌ ପାଇଁ ଦେଇଥିବା ଜାଲ୍‌ ପ୍ରମାଣପତ୍ର ଗୁଡିକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଫାଇଲରୁ କର୍ମଚାରୀଙ୍କୁ ଲାଞ୍ଚ ଦେଇ ଗାଏବ କରିନେଉଥିବା ଆଲୋଚନା ହେଉଛି । ଫଳରେ ଜାଲ୍‌ ପ୍ରମାଣପତ୍ର ରାକେଟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟ ସନ୍ଦେହ ଘେରକୁ ଆସିଛି । ଗଣ ଶିକ୍ଷକ ମାନଙ୍କ ଓ.ଟି.ଇ.ଟି. ପ୍ରମାଣ ପତ୍ର ଯାଞ୍ଚ ପାଇଁ ଏକକାଳୀନ ମାଧ୍ୟମିକ ଶିକ୍ଷା ବୋର୍ଡକୁ ନ ପଠାଇ ମୋଟ ତିନି ଥରରେ ପଠାଇବା ଘଟଣା କାର୍ଯ୍ୟାଳୟର ମନ୍ଦ ଉଦ୍ଦେଶ୍ୟକୁ ଆହୁରି ଦୃଢୀଭୂତ କରୁଛି । ପୂର୍ବରୁ ଓ.ଟି.ଇ.ଟି. ପ୍ରମାଣପତ୍ର ଦେଇ ଯେତେଜଣ ଗଣଶିକ୍ଷକ, ଏସ.ଏସ. ରେଗୁଲାର୍‌ ହୋଇଛନ୍ତି ଓ ରେଗୁଲାର୍‌ ଶିକ୍ଷକମାନେ ଓ.ଟି.ଇ.ଟି. ପ୍ରମାଣପତ୍ର ଦେଇ ଇନକ୍ରିମେଣ୍ଟ ନେଇଛନ୍ତି ସମସ୍ତଙ୍କ ପ୍ରମାଣପତ୍ର ବୋର୍ଡକୁ ଯାଞ୍ଚ ପାଇଁ ପଠାଯିବାକୁ ଜନସାଧାରଣରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

18 − 15 =