ସଂଯୋଗୀକରଣ ରାସ୍ତା ନ ଥିବାରୁ ଲୋକେ ହଇରାଣ

0 356

ଜହ୍ନ ।ପଙ୍କ/ବୌଦ୍ଧ, ୨୪/୯ – ବୌଦ୍ଧ ବ୍ଲକ୍‌ ଲକ୍ଷ୍ମୀପ୍ରସ ।ଦ ପଂଚାୟତ ନାରାୟଣ ନଗର-ଚଣ୍ଡିତଳ-ମଝିଆ ଘରା ରାସ୍ତାର ଚଣ୍ଡିତଳ ନିକଟରେ ଥିବା ଏକ ପୋଲ ୨୦୧୮ ଲଘୁଚାପ ବର୍ଷାରେ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା । ଫଳରେ ମଝିଆଘରା, ଗୁଢିଆଳି ଓ ବାଲିଦୋହଲି ଗ୍ରାମବାସୀ ନାରାୟଣ ନଗରକୁ ଯିବାପାଇଁ ୩ କିମି ବାଟ ବୁଲି ଜହ୍ନ ।ପଙ୍କ ଦେଇ ଯିବାକୁ ପଡୁଥିଲା । ଏସମ୍ପର୍କରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶପରେ ସରପଞ୍ଚ ରାଜେନ୍ଦ୍ର ମେହେରଙ୍କ ଉଦ୍ୟମରେ ପ୍ରାୟ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗତ ଜୁନ ମାସରେ ପୋଲ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି । କିନ୍ତୁ ପୋଲର ଉଭୟ ପାର୍ଶ୍ୱରେ ରାସ୍ତା ସଂଯୋଗିକରଣ ହୋଇ ନଥିବାରୁ ଲୋକମାନେ ବିପଦପୂର୍ଣ୍ଣ ଭାବେ ଯାତାୟତ କରୁଛନ୍ତି । ଏନେଇ ସରପଞ୍ଚ ରାଜେନ୍ଦ୍ର ମେହେରଙ୍କୁ ଯୋଗାଯୋଗ କରିବାରୁ ବିଲ୍‌ ଅଧା ହୋଇଛି, ତଥାପି ଖୁବଶୀଘ୍ର କାମ ସମ୍ପୂର୍ଣ୍ଣ କରାଯିବ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

fifteen − 7 =