ବୌଦ୍ଧ,୧୯/୧୦ – ବୌଦ୍ଧଜିଲ୍ଲା ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତର ବିଭିନ୍ନ ଜଙ୍ଗଲରେ ବନ୍ୟପ୍ରାଣୀ ସୁରକ୍ଷା ପାଇଁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଟ୍ରେଞ୍ଚ ଖୋଳା କାମ କିଛିଦିନ ହେଲା ଚାଲିଛି । ମନରେଗା ଯୋଜନାରେ ହେଉଥିବା କାମ ଶ୍ରମିକଙ୍କ ଦ୍ୱାରା କରାଯିବାକୁ ନିୟମଥିଲେ ସୁଦ୍ଧା ଗୁନ୍ଦୁଲିଆ ଫରେଷ୍ଟ ଅଞ୍ଚଳରେ ତାହାର ଖୋଲାଖୋଲି ଉଲଙ୍ଘନ ହେଉଥିବା ଅଭିଯୋଗ ହୁଏ । ଟ୍ରେଞ୍ଚ ଖୋଳା କାର୍ଯ୍ୟରେ ଶ୍ରମିକ ବିନିଯୋଗ ନ କରି ଜେସିବି ଦ୍ୱାରା କରାଯାଉଥିବା ଯୋଗୁଁ ଶ୍ରମିକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଉଛି । ଏ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ଶ୍ରମିକମାନେ ।