ବୌଦ୍ଧ,୨୪/୪ – ଗତକାଲି ରାତି ପ୍ରାୟ ୯ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର ୫୭ର ସରସରା ନିକଟ ମଡେଲ୍ ଡିଗ୍ରୀ କଲେଜ ପୋଲ ପାଖରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତି ପ୍ରାୟ ୯ ଘଣ୍ଟା ସମୟରେ ସରସରା କୋଡାସାହିର ଲୋକନାଥ ମିର୍ଦ୍ଧା (୩୫) କୌଣସି କାମରେ ବାମଣ୍ଡା ଗ୍ରାମକୁ ଯାଇ ସାଇକେଲ ଯୋଗେ ଘରକୁ ଫେରୁଥିଲେ । ଜାତୀୟ ରାଜପଥ ନମ୍ବର ୫୭ର ସରସରା ମଡେଲ୍ ଡିଗ୍ରୀ କଲେଜ ନିକଟ ପୋଲ ପାଖରେ ଏକ ଅଜଣାଗାଡି ତାଙ୍କୁ ଧକ୍କାଦେଇ ଚାଲିଯାଇଥିଲା । ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।