ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମାଙ୍କ ବୌଦ୍ଧଗସ୍ତ

0 854

ବୌଦ୍ଧ,୧୩/୧- ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା ଗତକାଲି ବୌଦ୍ଧଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଯୋଜନାର ସମୀକ୍ଷା କରିଛନ୍ତି । ଖରିଫ ଧାନ ସଂଗ୍ରହ ବ୍ୟବସ୍ଥା ଜିଲ୍ଲାରେ ସନ୍ତୋଷଜନକ ଥିବା ଶ୍ରୀ ଦାସ ବର୍ମା କହିଥିଲେ । ବୌଦ୍ଧ ଜିଲ୍ଲାରେ ୪୨ ଗୋଟି ପେକ୍ସ ଜରିଆରେ ଖରିଫ ଧାନ କ୍ରୟ ଚାଲିଛି । ଜିଲ୍ଲାକୁ ୧୦ ଲକ୍ଷ କ୍ୱିଣ୍ଟାଲ ଟାର୍ଗେଟ ଦିଆଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୬ ଲକ୍ଷ କ୍ୱିଣ୍ଟାଲ କ୍ରୟ ହୋଇ ସାରିଛି ବୋଲି ସମୀକ୍ଷାରୁ ଜଣାପଡ଼ିଛି । ଆବଶ୍ୟକ ହେଲେ ଆହୁରି ଟାର୍ଗେଟ ବୃଦ୍ଧି କରାଯିବ ବୋଲି ସେ କହିଥିଲେ । ଧାନକ୍ରୟରେ କୌଣସି ଅସୁବିଧା ହେଲେ ଜିଲ୍ଲାପାଳ ତାହାର ସମାଧାନ କରିବେ ବୋଲି କହିଥିଲେ । ଗତକାଲି ଅପରାହ୍ନରେ ସର୍କିଟ ହାଉସ୍‌ ଠାରେ ଅନୁଷ୍ଠିତ ହୋଇଥିବା ସମୀକ୍ଷା ବୈଠକରେ ମହାତ୍ମାଗାନ୍ଧି ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ପାନୀୟ ଜଳ ଯୋଗାଣ, ବସୁଧା ଓ ଜିଲ୍ଲାରେ ଚାଲିଥିବା ମେଗା ଜଳ ଯୋଗାଣ ଯୋଜନା ଗୁଡିକର ସମୀକ୍ଷା କରିଥିଲେ । ବିଭାଗୀୟ ଅଧିକାରୀ ମାନଙ୍କ ସହ ବିଧାୟକ ପ୍ରଦୀପ କୁମାର ଅମାତ ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

four × 5 =