ବୌଦ୍ଧ ସହରରେ ଚାଲିଥିବା ଘରଭଙ୍ଗା ଅଭିଯାନକୁ ଜିଲ୍ଲା କଂଗ୍ରେସ ବିରୋଧ କରି ଦାବିପତ୍ର

0 286

ବୌଦ୍ଧ,୧୭/୬- ବୌଦ୍ଧ ଜିଲ୍ଲା କଂଗ୍ରେସ ଦଳର ସଭାପତି ନବ କୁମାର ମିଶ୍ରଙ୍କ ଦ୍ୱାରା କ୍ଷୋଭର ସହ ଲେଖାଯାଇଥିବା ଏକ ଦାବିପତ୍ରକୁ ନେଇ ଜିଲ୍ଲା କଂଗ୍ରେସର ଏକ ତୁଙ୍ଗ ନେତୃମଣ୍ଡଳୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଲେଖାଯାଇଥିବା ଦାବୀପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ବବିତା ଦଳବେହେରାଙ୍କ ଜରିଆରେ ପ୍ରଦାନ କରିଛନ୍ତି । ସଭାପତିଙ୍କ ଦ୍ୱାରା ଉଲ୍ଲେକ୍ଷିତ ହୋଇଥିବା ଦାବୀଗୁଡିକ ମଧ୍ୟରେ ବର୍ତ୍ତମାନ ପ୍ରଶାସନ ଦ୍ୱାରା ବୌଦ୍ଧ ସହରରେ ଲାଗି ରହିଥିବା ଘରଭଙ୍ଗା ସାଙ୍ଗକୁ ଉଠାଦୋକାନୀ ମାନଙ୍କୁ ଉଛେଦ ପ୍ରକ୍ରିୟାକରଣ କାର୍ଯ୍ୟକ୍ରମକୁ ନିନ୍ଦା କରିବା ସହ ଏଥିରୁ ପ୍ରଶାସନ ନିବୃତ ରହିବା ପାଇଁ ଦାବୀ ଜଚ୍ଚାଇଛନ୍ତି । ବୌଦ୍ଧ ସହରର ସୌନ୍ଦର୍ଯ୍ୟ କରଣକୁ ଜିଲ୍ଲା କଂଗ୍ରେସ ସ୍ୱାଗତ କରୁଥିବାବେଳେ ଜବରଦଖଲକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ସପକ୍ଷରେ ମତ ପ୍ରକାଶ କରିଥିବାବେଳେ ତାଙ୍କର ଉପଯୁକ୍ତ ଥଇଥାନ ପ୍ରତି ସର୍ବଦା ପ୍ରଶାସନ ଅଗ୍ରାଧିକାର ଦେବା ଆବଶ୍ୟକତା ରହିଛି ଏବଂ ବର୍ତ୍ତମାନ ବର୍ଷାୠତୁ ପହଂଚି ସାରିଥିବାବେଳେ ପ୍ରଶାସନ ମଧ୍ୟ ଏଥିପ୍ରତି ଗୁରୁତ୍ୱ ସହ ଚିନ୍ତା କରିବା ଦରକାର ବୋଲି ଦାବିପତ୍ରରେ ଜିଲ୍ଲା ସଭାପତି ଉଲ୍ଲେଖ କରିଥିବା ଜଣାଯାଏ ।

hiranchal ad1
Leave A Reply

Your email address will not be published.

17 − eight =