ବୌଦ୍ଧଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୭୨ ହଜାର ଗଞ୍ଜେଇଗଛ ନଷ୍ଟ

0 644

ବୌଦ୍ଧ,୨୧/୧୨- ବୌଦ୍ଧ ଜିଲ୍ଲାପାଳଙ୍କ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ଶ୍ରୀମତୀ କ୍ରିଷ୍ଣା ନାଏକଙ୍କ ତତ୍ତ୍ୱାବଧାନରେ ଆଜି ବୌଦ୍ଧବ୍ଲକ ଦପଲା ପଞ୍ଚାୟତର ସିମେଲକଟା ଗ୍ରାମରେ ଚଢଉ କରାଯାଇଥିଲା । ଅବକାରୀ ନୀରିକ୍ଷକ ବିଜୟ କୁମାର ଧରୁଆଙ୍କ ନେତୃତ୍ୱରେ ଏହି ଗ୍ରାମର ଆଭ୍ୟନ୍ତରୀଣ ଅଞ୍ଚଳରୁ ୨୪ଏକର ଜମିରେ ଲଗାଯାଇଥିବା ୭୨ହଜାର ଗଞ୍ଜେଇଗଛ କାଟି ପୋଡିଦିଆଯାଇଛି । ଯାହାର ଆନୁମାନିକ ମୂଲ୍ୟ ୭କୋଟି ୨୦ଲକ୍ଷ ଟଙ୍କା ହେବ । ଚଢାଉରେ ମାଜିଷ୍ଟ୍ରେଟ ଭାବରେ ସୁଶୀଳ କୁମାର କହଁର, ଅବକାରୀ ନୀରିକ୍ଷକ ଶ୍ରୀ ଧରୁଆ, ବିରଂଚି ରମେଶ ମହାନ୍ତି, ଭଗବାନ ମହାନନ୍ଦିଆ, ଏଏସଆଇ ରୂପେଶ ମୁଖୀ, ଅବକାରୀ ବିଭାଗର କର୍ମଚାରୀ ଏସ.କେ ଆହୁତାବର, ପ୍ରିୟଞ୍ଜନ କହଁର, ନବୀନ କୁମାର ଡାଙ୍ଗ, ରାଜ କିଶୋର କହଁର, ଅଞ୍ଜଳି ଅମାତ ପ୍ରମୁଖ ସାମିଲଥିଲେ ।

hiranchal ad1
Leave A Reply

Your email address will not be published.

one + eight =