ବୌଦ୍ଧ: କରୋନାରେ ୨୬ ବର୍ଷୀୟ ଯୁବକଙ୍କ ମୃତ୍ୟୁ

0 11,640

ବୌଦ୍ଧ /ବାଉଁଶୁଣୀ,୧୬/୫ – କରୋନାରେ ପୀଡିତ ଥିବା ଜଣେ ଯୁବକଙ୍କ ଆଜି ବୌଦ୍ଧ କୋଭିଡ୍‌ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ବୌଦ୍ଧବ୍ଲକ ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଡିମିରିପାଲି ଗ୍ରାମର ପ୍ରଫୁଲ୍ଲ ଗାଇଗୌରିଆ (୨୬) ଗତ ୧୩ ତାରିଖରେ କୋଭିଡ୍‌ ପରୀକ୍ଷା କରାଇ ପଜିଟିଭ ଚିହ୍ନଟ ହୋଇଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ସେ ହୋମ୍‌ ଆଇସୋଲେସନ୍‌ରେ ଥିବା ବେଳେ ଗତକାଲି ଅସୁସ୍ଥ ଅନୁଭବ କରିଥିଲେ । ମେଡିକାଲ୍‌ ଟିମ୍‌ ସହ ଯୋଗାଯୋଗ କରି ଗତକାଲି ସନ୍ଧ୍ୟାରେ ତାଙ୍କୁ ଆମ୍ବୁଲାନସ୍‌ ଯୋଗେ ବୌଦ୍ଧ କୋଭିଡ୍‌ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଆଜି ଅପରାହ୍ନ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ମୃତ ଯୁବକ ଜଣେ ଡାଇନାମା ମିସ୍ତ୍ରୀ ଥିଲେ ଓ ବାଉଁଶୁଣୀ ଷ୍ଟେଟ୍‌ବ୍ୟାଙ୍କ ନିକଟରେ ଏକ ଡାଇନାମା ମରାମତି ଦୋକାନ ଥିଲା । ସେ ଜଣେ ଉଦ୍ୟମୀ, ମେଳାପୀ ଓ ମିଷ୍ଟଭାଷୀ ଯୁବକ ଥିବାରୁ ତାଙ୍କର ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

one × one =