ବିପଦଶଙ୍କୁଳ ଅବସ୍ଥାରେ ଟ୍ରାନ୍ସଫର୍ମର, ବିଦ୍ୟୁତ ବିଭାଗ ନିରବ !

0 415

ବୌଦ୍ଧ,୨୩/୪- କଣ୍ଟାମାଳ ବ୍ଲକ ଦପଲା ଗ୍ରାମର ଜନଗହଳିପୁର୍ଣ୍ଣ ଅଂଚଳରେ ଥିବା ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବହୁଦିନ ହେଲା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଯେଉଁ ଲୁହା ଖମ୍ବ ଉପରେ ଟ୍ରାନ୍ସଫର୍ମର ବସାଯାଇଛି ତାହା ଗୋଟିଏ କଡକୁ ଢଳି ରହିଥିବା ଦେଖିବାକୁ ମିଳିଛି । କେତେବେଳେ ଯେ ତାହା ପଡିନଯିବ କିମ୍ବା କୌଣସି ଅଘଟଣ ନ ଘଟିବ କହି ହେଉନାହିଁ । ଏ ସମ୍ପର୍କରେ ଗ୍ରାମବାସୀ ବାରମ୍ବାର ବିଦ୍ୟୁତ୍‌ ବିଭାଗ ଅଧିକାରୀ ମାନଙ୍କ ନିକଟରେ ଅଭିଯୋଗ କରିଛନ୍ତି ହେଲେ ବିଦ୍ୟୁତ୍‌ ବିଭାଗ ନିରବ ଦ୍ରଷ୍ଟା ସାଜିଛି । କୌଣସି ଅଘଟଣ ଘଟିବା ପୂର୍ବରୁ ଏହାର ସମାଧାନ କରାନଗଲେ ଧନଜୀବନ କ୍ଷୟକ୍ଷତି ପାଇଁ ବିଦ୍ୟୁତ୍‌ ବିଭାଗ ଦାୟୀ ରହିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

11 − 7 =