ଅଭିନବ ପ୍ରତିବାଦ : ରାସ୍ତାରେ ପଲ୍ହା ରୋଇଲେ ମହିଳା

0 799

ବୌଦ୍ଧ,୧୪/୭ – ବାରମ୍ବାର ଅଭିଯୋଗ ସତ୍ତ୍ୱେ ରାସ୍ତା ମରାମତି ନ ହେବାରୁ କଣ୍ଟାମାଳ ବ୍ଲକ୍ ସଦର ପଂଚାୟତ କଣ୍ଟାମାଳ ଅନ୍ତର୍ଗତ କାନିକୁପା ଗ୍ରାମର ମହିଳାମାନେ ପ୍ରଶାସନିକ ନିଷ୍କ୍ରିୟତାର ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ମୁଖ୍ୟ ରାସ୍ତା ଠାରୁ କଣ୍ଟାମାଳ କଲେଜ ପଛ ଦେଇ କାନିକୁପା ଗ୍ରାମକୁ ଯାଇଥିବା ରାସ୍ତା ଅତି କଦର୍ଯ୍ୟ ଅବସ୍ଥାରେ ରହିଛି । ସମସ୍ତ କାମ ପାଇଁ କାନିକୁପା ଗ୍ରାମବାସୀ କଣ୍ଟାମାଳ ଉପରେ ହିଁ ନିର୍ଭର କରିଥାଆନ୍ତି । ରାସ୍ତା ଖରାପ ଯୋଗୁଁ ଟିକିଏ ବର୍ଷା ହେଲେ କଣ୍ଟାମାଳ ଯିବା ଆସିବା ଠପ ହୋଇଯାଏ । ରାସ୍ତା ମରାମତି ପାଇଁ ବାରମ୍ବାର ଗ୍ରାମ ପଂଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଫଳରେ ଅଭିନବ ଉପାୟରେ ପ୍ରତିବାଦ କରିବାକୁ ଗ୍ରାମର ମହିଳାମାନେ ଅଣ୍ଟା ଭିଡିଲେ । ଧାନ ପଲ୍ହା ଆଣି କାଦୁଅ ପଚପଚ ରାସ୍ତାରେ ରୋଇ ପ୍ରତିବାଦ କରିଛନ୍ତି । ଖାଲି ଦେଖିବା କଥା ଯେ ମହିଳା ମାନଙ୍କ ଏ ଅଭିନବ ପ୍ରତିବାଦ ପରେ ପ୍ରଶାସନ କେତେ ଚେତୁଛି !

hiranchal ad1
Leave A Reply

Your email address will not be published.

5 × 3 =