ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ କନ୍ୟା କିରଣ ଦିବସ ପାଳିତ

0 661

ବୌଦ୍ଧ,୨୪/୧- ଆଜି ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରରେ ରାଷ୍ଟ୍ରୀୟ କନ୍ୟା କିରଣ ଦିବସ କିଟ ଓ କିସ୍‌ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛିା କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ବର୍ତ୍ତମାନର କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ୨୦୧୬ ମସିହାରୁ ଜାନୁଆରୀ ୨୪ ତାରିଖକୁ କନ୍ୟା କିରଣ ଦିବସ ଭାବରେ ୩୦ ଜିଲ୍ଲାର ୩୪ ଗୋଟି ସ୍ଥାନରେ କିଟ୍‌ ଓ କିସ୍‌ ତରଫରୁ ପାଳନ କରି ଆସୁଛନ୍ତି । ଏହି କ୍ରମରେ ଆଜି ବୌଦ୍ଧ ଠାରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ କନ୍ୟା କିରଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ, ସମ୍ମାନିତ ଅତିଥି ଭାବରେ ବୌଦ୍ଧ ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷ ସାକ୍ଷୀଗୋପାଳ ପ୍ରଧାନ, ବୌଦ୍ଧ ପଂଚାୟତ କଲେଜର ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବେହେରା, ଏ.ଏନ. ଏମ. ଟ୍ରେନିଂ ସ୍କୁଲର ଅଧ୍ୟକ୍ଷା ରୀତାଞ୍ଜଳି ସ୍ୱାଇଁ, ୟୂନିସେଫ ଜିଲ୍ଲା କନସଲଟାଣ୍ଟ ଅନୁସୟା ହୋତା ଓ ଅଧ୍ୟାପକ ପ୍ରବୀର ଦାସ ପ୍ରମୁଖ ଯୋଗ ଦେଇଥିଲେ । କନ୍ୟା ରତ୍ନ ମାନଙ୍କ ବିଭିନ୍ନ ସମସ୍ୟା ଓ ନିରାକରଣ ସମ୍ପର୍କରେ ଅତିଥି ମାନେ ମତ ପ୍ରକାଶ କରିଥିଲେ । ଗତ ମେଟ୍ରିକ ପରୀକ୍ଷାରେ ୫୪୫ ମାର୍କ ପାଇ ଜିଲ୍ଲାରେ ଟପ୍ପର୍‌ ହୋଇଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ରୀ ଦିବ୍ୟଦୀପ୍ତି ନାଏକଙ୍କୁ ମାନପତ୍ର, କନ୍ୟା କିରଣ ଟ୍ରଫି ଓ ୨୦୦୦ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନରେ କିସ୍‌ର ଜିଲ୍ଲା ସଂଯୋଜକ ଲକ୍ଷ୍ମୀଧର ବେହେରା ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । ଶେଷରେ ଅଧ୍ୟାପକ ଡ. ଦିଲ୍ଲୀପ କୁମାର ଖୁଣ୍ଟିଆ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

three − 2 =