ଶ୍ରମିକ ବଦଳରେ ମେସିନ କଲା କାମ !

0 1,165

ବୌଦ୍ଧ/ଜହ୍ନାପଙ୍କ,୨୮/୭- ବୌଦ୍ଧବ୍ଲକ ଅନ୍ତର୍ଗତ ବଢିଗାଁ ପଂଚାୟତର ଯୋଗୀଭୋଗରା ଓ ଓଲଣ୍ଡା ଗାଁରେ ମନରେଗା ଯୋଜନାରେ ହୋଇଥିବା ମୋ ପୋଖରୀ କାର୍ଯ୍ୟରେ ଅନିୟମିତତା ଅଭିଯୋଗ ହୋଇଛି । ଶ୍ରମିକ ବଦଳରେ ଜେସିବି ମେସିନରେ କାମ ହୋଇ ବିଲ ଉଠାହୋଇଛି । ଏଥିସହିତ ବିନା ସୂଚନା ଫଳକରେ କାମ ସମ୍ପନ୍ନ ହୋଇଥିବାରୁ କାର୍ଯ୍ୟର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସୂଚନା ଫଳକ ଲାଗିନଥିବାରୁ ଉକ୍ତ କାର୍ଯ୍ୟଟି କେଉଁ ଯୋଜନାର ଓ କେତେ ଟଙ୍କାର କାମ ତାହାଲୋକେ ଜାଣିପାରୁନାହାନ୍ତି । ଲୋକଙ୍କୁ ଅନ୍ଧାରରେ ରଖି କାର୍ଯ୍ୟ କରାଯାଇଥିବା ଜଣାପଡିଛି । ପ୍ରକାଶଥାଉକି ଯୋଗିଭୋଗରା ଓ ଓଲଣ୍ଡା ଗ୍ରାମର ଶ୍ରମିକଙ୍କୁ ୧୦୦ ଦିନର ଶ୍ରମ ଦିବସ ସୃଷ୍ଟି କରିବା ପାଇଁ ମନରେଗା ଜରିଆରେ ମୋପୋଖରୀ ତଥା ଫାର୍ମପଣ୍ଡ ନିର୍ମାଣ କରାଯାଇଛି । ବର୍ତ୍ତମାନ ସ୍ଥିତିରେ ଶ୍ରମିକ କାମ ଅଭାବରୁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବାବେଳେ ଏହି ଉନ୍ନୟନ କାମରେ ଶ୍ରମିକଙ୍କୁ ନିୟୋଜିତ ନକରି ମେସିନ ଦ୍ୱାରା କରାଯାଇଛି । ଯାହାକୁ ନେଇ ଶ୍ରମିକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏନେଇ ପିଇଓ ଙ୍କୁ ଯୋଗାଯୋଗ କରିବାରୁ ମୁଁ ପୁରା ଦାୟିତ୍ୱ ନେଇନାହଁ ସେ ବାବଦରେ କହିପାରିବି ନାହିଁ ବୋଲି କହିଥିଲେ । ଏହାର ଉଚ୍ଚ଼ସ୍ତରୀୟ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

two × three =