ଜିଲ୍ଲାରେ ୨୪୦୦ରୁ ଅଧିକ ସଂକ୍ରମିତ ସକ୍ରିୟ, ତଥାପି ପ୍ରଶାସନ ଓ ଜନତା ବେଫିକର୍‌

0 2,034

ବୌଦ୍ଧ,୧୭/୫ – ବୌଦ୍ଧଜିଲ୍ଲାରେ କରୋନା ମହାମାରୀର ଦ୍ୱିତୀୟ ଲହର୍‌ ଆତଙ୍କ ଖେଳାଇ ଦେଇଛି । ଆଜି ସୁଦ୍ଧା ଜିଲ୍ଲାରେ ୬୨୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତକାଲି ସୁଦ୍ଧା ୨୩୩୯ ଗୋଟି ସକ୍ରିୟ ମାମଲା ଜିଲ୍ଲାରେ ରହିଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ସୂଚନା ଦେଇଛନ୍ତି । ଆଜିର ୧୩୩ ପଜିଟିଭକୁ ମିଶାଇଲେ ଜିଲ୍ଲାରେ ୨୪୦୦ ରୁ ଅଧିକ କରୋନା ପଜିଟିଭ ବର୍ତ୍ତମାନ ଚିକିତ୍ସାଧୀନ ରହିଛନ୍ତି । ଜିଲ୍ଲାରେ ଗତକାଲି ସୁଦ୍ଧା ସରକାରୀ ତଥ୍ୟ ଅନୁଯାୟୀ ୨୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ସର୍ବାଧିକ ମୃତ୍ୟୁ ୯ ଜଣଙ୍କ କଣ୍ଟାମାଳ ବ୍ଲକ୍‌ରେ ହୋଇଛି । ସେହିପରି ବୌଦ୍ଧବ୍ଲକରୁ ୩ ଜଣ, ହରଭଙ୍ଗା ବ୍ଲକରୁ ୫ ଜଣ ଓ ବୌଦ୍ଧ ସହରାଞ୍ଚଳରୁ ୪ ଜଣ ମୃତ୍ୟୁବରଣ କରିଛନ୍ତି ।

hiring


ଏଭଳି ପରିସ୍ଥିତିରେ ପ୍ରଶାସନ ଓ ଜନସାଧାରଣ ସଜାଗ ନ ରହିଲେ ଆଗାମୀ ଦିନରେ ପଜିଟିଭ ଓ ମୃତ୍ୟୁ ହାର ବୃଦ୍ଧିି ପାଇବ ଏହା ସୁନିଶ୍ଚିତ । ଲୋକେ ଅମାନିଆ ହୋଇ ବୁଲାବୁଲି କରୁଥିବାବେଳେ ମାସ୍କ ପିନ୍ଧୁନଥିବା ଓ ସାମାଜିକ ଦୂରତା ରକ୍ଷା କରୁନଥିବା ଦେଖିବାକୁ ମିଳୁଛି । ଅମାନିଆ ମାନଙ୍କ ଉପରେ ପ୍ରଶାସନର କୌଣସି ଅଙ୍କୁଶ ନାହିଁ ବୋଲି ସଚେତନଶୀଳ ନାଗରିକଙ୍କ ମଧ୍ୟରେ ଆଲୋଚନା ହେଉଛି । ଅବଶ୍ୟ ଗତକାଲି ହରଭଙ୍ଗା ବ୍ଲକ୍‌ କୋଭିଡ୍‌ ଦାୟିତ୍ୱରେ ଥିବା ଉପ ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର କିଛି ଅଞ୍ଚଳ ପରିଦର୍ଶନ କରି ଅମାନିଆ ଲୋକମାନଙ୍କୁ ଜୋରିମାନା କରିଛନ୍ତି । ମାତ୍ର ବୌଦ୍ଧ ସହରାଞ୍ଚଳ ଓ ବୌଦ୍ଧବ୍ଲକ ଅଞ୍ଚଳ ତଥା କଣ୍ଟାମାଳ ବ୍ଲକ୍‌ ଅଞ୍ଚଳରେ ସଂକ୍ରମଣ ବୃଦ୍ଧି ପାଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ ପ୍ରଶାସନ । ଗାଆଁ ଗାଆଁରେ ଲୋକେ ହାଟ ବଜାରରେ, ଗାଆଁ ପିଣ୍ଡାରେ, ବିବାହ ଓ ମୃତାହ ଭୋଜିରେ ଓ କ୍ରିକେଟ୍‌ ଖେଳ ଚାଲିଥିବା ପଡିଆରେ ବିନା ମାସ୍କ ଓ ସାମାଜିକ ଦୂରତା ଉଲ୍ଲଂଘନ କରି ଏକତ୍ର ହେଉଥିବା ଦେଖିବାକୁ ମିଳୁଛି । ସେଭଳି ଅମାନିଆ ମାନଙ୍କ ଉପରେ ପ୍ରଶାସନର ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ନେବା ଦରକାର ଥିଲେ ମଧ୍ୟ ତାହା କୌଣସି କାରଣରୁ ହେଉନାହିଁ । ବାଉଁଶୁଣୀ ଥାନା ଅଞ୍ଚ଼ଳରେ ଲକଡାଉନ ହେଉ କି ସଟ୍‌ଡାଉନ୍‌ ହେଉ କୌଣସି ଫରକ୍‌ ପଡୁନି ଅମାନିଆ ମାନଙ୍କୁ । ଦୋକାନ ବଜାର ଖୋଲାହୋଇ ଗହଳି ଚହଳି ହେଉଥିଲେ ମଧ୍ୟ ପୋଲିସଥାନା ଭିତରୁ ବାହାରକୁ ବାହାରୁନଥିବା ଅଭିଯୋଗ ହେଉଛି । ମନମୁଣ୍ଡା ଠାରେ ପୋଲିସ୍‌ ଓ ପ୍ରଶାସନ ତେଲ ନଦୀ ଛକ ପୋଲ ଜଗି କରୋନା ସହ ଯୁଦ୍ଧ କରୁଛି । ବୌଦ୍ଧସହର ଅବସ୍ଥା ନ କହିବା ଭଲ । ରାସ୍ତାରେ ଦୁଇଚକିଆ ଓ ଚାରିଚକିଆ ଯାନ ଏଭଳି ଚାଲିଛି ବାଟ ମିଳିବା ମୁସ୍କିଲ୍‌ । ଲକ ଡାଉନ୍‌ ସମୟରେ ଚାଲିଚାଲି ୫୦୦ ମିଟର୍‌ ମଧ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାପାଇଁ ଜିଲ୍ଲାପାଳ ଆଦେଶ ଦେଇଥିଲେ ହେଲେ ସେ ଆଦେଶକୁ ଫୁଉଉ ରେ ଉଡାଇ ଦେଉଛନ୍ତି ଅମାନିଆ । କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନଥିବା ଯୋଗୁଁ ଲୋକେ କାମନଥାଇ ମଧ୍ୟ ବାଇକ ଧରି ବୁଲୁଥିବା ଦେଖିବାକୁ ମିଳେ । ବର୍ତ୍ତମାନ ପ୍ରଶାସନ ଓ ଜନତା ବେଫିକର୍‌ ନ ହୋଇ କିଭଳି କରୋନା ମହାମାରୀ କବଳରୁ ଉଦ୍ଧାର ପାଇବା ସେ ଦିଗରେ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

20 − two =