ବୌଦ୍ଧ: ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୨୬୨ କରୋନା ପଜିଟିଭ ଚିହ୍ନଟ

0 4,085

ବୌଦ୍ଧ,୧୬/୫- ଆଜି ପୁଣି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୨୬୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । କିଛି ଦିନ ହେଲା ଜିଲ୍ଲାରେ କରୋନା ପ୍ରତିଦିନ ଦ୍ୱି ଶତକ ପାର୍‌ କରୁଛି । ଆଜି ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ୨୬୨ଙ୍କ ମଧ୍ୟରୁ ବୌଦ୍ଧବ୍ଲକ୍‌ ଅଁଳାପାଲି ଗ୍ରାମରୁ ୧ ଜଣ, ବଢିଗାଁ ଗ୍ରାମ ପଞ୍ଚାୟତ ବଢିଗାଁ ଓ ଓଲଣ୍ଡା ଗ୍ରାମରୁ ୧ ଜଣ ଲେଖାଏଁ, ବଘିଆପଡା ଗ୍ରାମ ପଞ୍ଚାୟତ ପାଲଝାର୍‌ ଓ ବଘିଆପଡା ଗ୍ରାମରୁ ୨ ଜଣ ଲେଖାଏଁ, ବାଉଁଶୁଣୀ ଗ୍ରାମରୁ ୨ ଜଣ, ବୌଦ୍ଧ ବ୍ରିଜଛକ ନିକଟରୁ ୨ ଜଣ, ବ୍ରାହ୍ମଣପାଲି ଗ୍ରାମ ପଞ୍ଚାୟତ କାଶଲ୍‌ପୁର୍‌ ଗ୍ରାମରୁ ୧ ଜଣ, ଖୁଣ୍ଟ ବନ୍ଧ ଗ୍ରାମ ପଞ୍ଚାୟତ ପୋଲାମ୍‌ ଗ୍ରାମରୁ ୧ ଜଣ, ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ଜଗତୀ ଗ୍ରାମରୁ ୧ ଜଣ ଓ ଲକ୍ଷ୍ମୀପ୍ରସାଦ ଗ୍ରାମରୁ ୨ ଜଣ, ମନୁପାଲି ଗ୍ରାମ ପଞ୍ଚାୟତ ଦିଗି ଗ୍ରାମରୁ ୧ ଜଣ, ମୁଣ୍ଡାପଡା ଗ୍ରାମ ପଞ୍ଚାୟତ ମୁଣ୍ଡାପଡା, ଖମାରୀପଡା ଓ କମିରା ଗ୍ରାମରୁ ୧ ଜଣ ଲେଖାଏଁ, ମୁଣ୍ଡି ପଦର ଗ୍ରାମ ପଞ୍ଚାୟତ କଳାପଥର ଗ୍ରାମରୁ ୧ ଜଣ ଓ ବଲାକିରା ଗ୍ରାମରୁ ୨ ଜଣ, ରକସା ଗ୍ରାମ ପଞ୍ଚାୟତ କିରାସିରା ଗ୍ରାମରୁ ୧ ଜଣ, ଶଗଡା ଗ୍ରାମରୁ ୭ ଜଣ, ହରଭଙ୍ଗା ବ୍ଲକ୍‌ ବାମଣ୍ଡା ଗ୍ରାମ ପଞ୍ଚାୟତ ବାମଣ୍ଡା ଗ୍ରାମରୁ ୩ ଜଣ, ବାଲିପଟା ଗ୍ରାମରୁ ୧୨ ଜଣ ଓ ତାଲବାହାଲ୍‌ ଗ୍ରାମରୁ ୧ ଜଣ, ଚାରିଛକ ଗ୍ରାମରୁ ୧ ଜଣ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଭାଲିଆଗୋରା ଗ୍ରାମରୁ ୨ ଜଣ, ଧଳପୁର୍‌ ଗ୍ରାମ ପଞ୍ଚାୟତ ଖରସଙ୍କୁଲେଇ ଗ୍ରାମରୁ ୧ ଜଣ, ଧଳପୁର୍‌ ଗ୍ରାମରୁ ୧ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ଅରଖ ପଦର ଓ ଭେଜିଗୋରାରୁ ୨ ଜଣ ଲେଖାଏଁ, କୁଶଙ୍ଗ ଗ୍ରାମ ପଞ୍ଚାୟତ କୁମାରୀ ଗ୍ରାମରୁ ୨ ଜଣ, ମହାଳିକପଡା ଗ୍ରାମ ପଞ୍ଚାୟତ ଜାବର୍‌ ଗ୍ରାମରୁ ୧ ଜଣ, ମଥୁରା ଗ୍ରାମ ପଞ୍ଚାୟତ ପଙ୍କୁଆଲ୍‌ ଗ୍ରାମରୁ ୭ ଜଣ ଓ କେଲାକଟା ଗ୍ରାମରୁ ୧ ଜଣ, ପୁରୁଣାକଟକ ଗ୍ରାମ ପଞ୍ଚାୟତ ଛତ୍ରପୁର ଗ୍ରାମରୁ ୩ ଜଣ ଓ ପୁରୁଣା କଟକ ଗ୍ରାମରୁ ୧ ଜଣ, ରାଧାନଗର୍‌ ଗ୍ରାମ ପଞ୍ଚାୟତ ବାଲିପୁର୍‌ ଗ୍ରାମରୁ ୨୨ ଜଣ, ରାମଗଡ ଗ୍ରାମ ପଞ୍ଚାୟତ କୋଇଲିସୁତା ଗ୍ରାମରୁ ୧ ଜଣ, ସାଂପୋଚ ଗ୍ରାମ ପଞ୍ଚାୟତ ସାଂପୋଚ ଗ୍ରାମରୁ ୩୫ ଜଣ, ଶ୍ୟାମସୁନ୍ଦରପୁର ଗ୍ରାମରୁ ୧ ଜଣ, ସଙ୍କୁଲେଇ ଗ୍ରାମ ପଞ୍ଚାୟତ ମଲ୍ଲିକପଡା ଗ୍ରାମରୁ ୧ ଜଣ, ସରସରା ଗ୍ରାମରୁ ୨ ଜଣ, ତିଲେଶ୍ୱ୍ୱର ଗ୍ରାମ ପଞ୍ଚାୟତ କୃଷ୍ଣପାଲି ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍‌ ବରଗାଁ ଗ୍ରାମ ପଞ୍ଚାୟତ ମଲିକୁଦ୍‌ ଓ ବିରାମୁଣ୍ଡା ଗ୍ରାମରୁ ୩ ଜଣ ଲେଖାଏଁ, ବରଗୋଛା ଗ୍ରାମପଞ୍ଚାୟତ କଳା ଶୁଲିଆଗ୍ରାମରୁ ୮ ଜଣ, ଖଜୁରୋଜ୍‌ ଗ୍ରାମରୁ ୧ ଜଣ ଓ ଲୁଣପଙ୍ଗା ଗ୍ରାମରୁ ୨ ଜଣ, ବିଳାସପୁର ଗ୍ରାମ ପଞ୍ଚାୟତ ବିଳାସପୁର ଓ ଖଇରହନା ଗ୍ରାମରୁ ୨ ଜଣ ଲେଖାଏଁ, କିରିକିଚିପାଲି ଗ୍ରାମରୁ ୩ ଜଣ ଓ ସାନ ରାହାଜୋର୍‌ ଗ୍ରାମରୁ ୧ ଜଣ, ଦପଲା ଗ୍ରାମ ପଞ୍ଚାୟତ ଦପଲା ଗ୍ରାମରୁ ୪ ଜଣ ଓ ବଉଳସିଙ୍ଗା ଗ୍ରାମରୁ ୧ ଜଣ, ଘିକୁଣ୍ଡି ଗ୍ରାମ ପଞ୍ଚାୟତ ପଥରଖଣ୍ଡି ଗ୍ରାମରୁ ୧ ଜଣ, ଗୁଡଭେଲିପଦର୍‌ ଗ୍ରାମ ପଞ୍ଚାୟତ ଗୁଡଭେଲିପଦର୍‌ ଗ୍ରାମର ୪ ଜଣ ଓ ଜୟଦପୁର୍‌ ଗ୍ରାମରୁ ୬ ଜଣ, ଯୋଗୀନ୍ଦ୍ରପୁର୍‌ ଗ୍ରାମ ପଞ୍ଚାୟତ ସଦାନନ୍ଦପୁର୍‌ ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ କଲରାକୋଠା, ବଡ ଛପାପାଲି ଗ୍ରାମରୁ ୧ ଜଣ ଲେଖାଏଁ ଓ କଣ୍ଟାମାଳ ଗ୍ରାମରୁ ୩ ଜଣ, ଖଲିଆପାଲି ଗ୍ରାମ ପଞ୍ଚାୟତ ଝଗଡପାଲି ଗ୍ରାମରୁ ୧ ଜଣ, ଖଟଖଟିଆ ଗ୍ରାମ ପଞ୍ଚାୟତ ଖଟଖଟିଆ ଗ୍ରାମରୁ ୩୨ ଜଣ, ବ୍ରାହ୍ମଣୀ ଓ ସାନ ମନମୁଣ୍ଡା ଗ୍ରାମରୁ ୧ ଜଣ ଲେଖାଏଁ, ଲମ୍ବସରୀ ଗ୍ରାମ ପଞ୍ଚାୟତ ବୀରାମୁଣ୍ଡା ଗ୍ରାମରୁ ୧ ଜଣ, ମନମୁଣ୍ଡା ପଞ୍ଚାୟତ ବାସୁଦେବ ପାଲି, ବିଛଣା ପାଟି, ସୁବର୍ଣ୍ଣପାଲି, ନୁର୍ପା ଗ୍ରାମରୁ ୨ ଜଣ ଲେଖାଏଁ, ଜାମୁପାଲି ଗ୍ରାମରୁ ୩ ଜଣ ଓ ଭାଲିଆ ପଦର ଗ୍ରାମରୁ ୧ ଜଣ, ନାରୟଣ ପ୍ରସାଦ ଗ୍ରାମ ପଞ୍ଚାୟତ ସିଲଟପଡା ଗ୍ରାମରୁ ୧ ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ଧାନଖଣ୍ଡି ଗ୍ରାମରୁ ୩ ଜଣ, ପଲସାଗୋରା ଓ ବଘିଆବାହାଲ ଗ୍ରାମରୁ ୧ ଜଣ ଲେଖାଏଁ, ରୁଣ୍ଡିମହୁଲ ଗ୍ରାମରୁ ୧ ଜଣ, ଶୁଣ୍ଢିପଦର ଗ୍ରାମରୁ ୧୦ ଜଣ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ବାବୁସାହିରୁ ୩ ଜଣ, ରାଜବାଟୀ ଅଂଚଳରୁ ୨ ଜଣ, ବାପୁଜୀ ନଗର, ବୁଟୁପାଲି, ବଗିଚା ସାହି, ଦୈନିକବଜାର, ସୁଦସାହି, ଖଦାଲ୍‌ସାହି, ବ୍ରାହ୍ମଣସାହି, ରଥସାହି, ପୋଡାପଡା, ଉଦ୍ୟାନ ବିଭାଗ କଲୋନୀ ଓ ନୂଆସାହି ଅଞ୍ଚଳର ଜଣେ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିିଆର୍‌ ସିଂ ସୂଚନା ଦେଇଛନ୍ତି । ସେହିପରି ଆଜି ପଡୋଶୀ ସୋନପୁର ଜିଲ୍ଲାର ୧୫ ଜଣ ବ୍ୟକ୍ତି ମନମୁଣ୍ଡା ଠାରେ ପରୀକ୍ଷା କରାଇ ପଜିଟିଭ ଚିହ୍ନଟ ହୋଇଥିବା ହେତୁ ରାଜ୍ୟରୁ ଜିଲ୍ଲାରେ ୨୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଘୋଷଣା କରାଯାଇଛି ।

hiranchal ad1
Leave A Reply

Your email address will not be published.

10 − 9 =