ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳନ ପ୍ରସଙ୍ଗ, ଦ୍ୱନ୍ଦ୍ୱରେ ଶିକ୍ଷକ ଶିକ୍ଷୟତ୍ରୀ

0 1,233

ବୌଦ୍ଧ,୧୪/୮ – କୋଭିଡ କଟକଣା ଯୋଗୁଁ ଚଳିତ ବର୍ଷ ବିଦ୍ୟାଳୟ ମାନଙ୍କରେ ବିନା ଛାତ୍ରଛାତ୍ରୀମାନଙ୍କ ଉପସ୍ଥିତିରେ ସ୍ୱାଧୀନତା ଦିବସ ପାଳନ କରାଯିବ । ଏ ସମ୍ପର୍କରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମାର୍ଗଦର୍ଶିକା ଜାରି କରିଛି । ସେହିପରି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅଧ୍ୟକ୍ଷ ମାନଙ୍କ ପାଇଁ ଏକ ପତ୍ର ଦିଆଯାଇଛି ।
ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପତ୍ର ମଧ୍ୟରେ ସ୍ୱାଧୀନତା ଦିବସ ପାଳନକୁ ନେଇ ଭିନ୍ନ ଭିନ୍ନ ସମୟ ଥିବାରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଦ୍ୱନ୍ଦରେ ପଡିଥିବା ଦେଖିବାକୁ ମିଳିଛି । ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ପତ୍ରରେ ସକାଳ ୯ ଘଣ୍ଟାରୁ ୧୧ ଘଣ୍ଟା ମଧ୍ୟରେ ସ୍ୱାଧୀନତା ଦିବସ ପାଳନ କରାଯିବ ବୋଲି କୁହାଯାଇଥିବା ବେଳେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପତ୍ରରେ ସକାଳ ୭ ଘଣ୍ଟା ସମୟରେ ପାଳନ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ଗୋଟିଏ ପ୍ରସଙ୍ଗରେ ସମାନ ବିଭାଗର ଦୁଇଟି କାର୍ଯ୍ୟାଳୟ ପକ୍ଷରୁ ଅଲଗା ଅଲଗା ନିର୍ଦ୍ଦେଶ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଦ୍ୱିଧାରେ ପକାଇଛି ।

hiranchal ad1
Leave A Reply

Your email address will not be published.

seventeen − thirteen =