ବୌଦ୍ଧ,୭/୨- ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିଅନ ବୌଦ୍ଧ ଜିଲ୍ଲା ଶାଖାର ବାର୍ଷିକ ସାଧାରଣ ପରିଷଦ ବୈଠକ ଓ ବନ୍ଧୁମିଳନ ଉତ୍ସବ ଆଜି ପୁରୁଣାକଟକସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ସୁକାନ୍ତ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠରେ ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିଅନ ସାଧାରଣ ସମ୍ପାଦକ ଶଶିଭୂଷଣ ପ୍ରହରାଜ, ରାଜ୍ୟ ଉପ ସଭାପତି ଶ୍ରୀନିବାସ ରାଓ, ସଙ୍ଗଠନ ସମ୍ପାଦକ ସଂଜୀବ ନାଏକ, ରାଜ୍ୟ ସମ୍ପାଦକ ଦିଲ୍ଲୀପ ମିଶ୍ର, ଦୈନିକ ହୀରାଞ୍ଚଳର ସଂପାଦକ ଯୁଗଳ କିଶୋର ସାମଲ, ଉପଦେଷ୍ଟା ଦିବ୍ୟଶଙ୍କର ରାଉତ ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିଆନର ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ପ୍ରଭାତ ଦାଶଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା । ସ୍ୱର୍ଗତ ଦାଶ ଓ କରୋନାରେ ମୃତ୍ୟୁବରଣ କରିଥିବା ସମସ୍ତ ସାମ୍ବାଦିକମାନଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ସଭା କାର୍ଯ୍ୟ ଆରମ୍ଭରେ ସଂପାଦକ ପ୍ରୀତିରଞ୍ଜନ ଦାସ ସଂପାଦକୀୟ ବିବରଣୀ ପାଠ କରିଥିଲେ । ସାମ୍ବାଦିକ ମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ଓ. ଜେ.ୟୁ ଗଠନ ହେବା ଦିନ ଠାରୁ କାମକରି ଆସୁଥିବା ଅତିଥି ମାନେ ପ୍ରକାଶ କରିଥିଲେ । ଏହି ଅବସରରେ ବୌଦ୍ଧ ଜିଲ୍ଲାରେ ଦୁର୍ନୀତି ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ଜନଅଧିକାର ସୁରକ୍ଷା ମଞ୍ଚର ଆବାହକ ତଥା ସମାଜସେବୀ ସତ୍ୟଜିତ କୁମାର ପଣ୍ଡାଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିଅନର ବୌଦ୍ଧ ଜିଲ୍ଲା ଶାଖାର କର୍ମକର୍ତ୍ତାମାନଙ୍କ ନାମ ଘୋଷଣା କରାଯାଇଥିଲା । ସୁକାନ୍ତ କୁମାର ପଟ୍ଟନାୟକ ସଭାପତି, ପ୍ରୀତି ରଞ୍ଜନ ଦାସ ସଂପାଦକ ଭାବେ ପୁନଃ ମନୋନୀତ ହୋଇଥିଲେ । ଶେଷରେ ଭାଗବତ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।