ହୀରାଞ୍ଚଳର ପ୍ରଭାବ, ବାଉଁଶୁଣୀରେ ଡ୍ରେନ ସଫେଇ କାର୍ଯ୍ୟ ଆରମ୍ଭ

0 367

ବୌଦ୍ଧ/ ବାଉଁଶୁଣୀ,୧୦/୨- ବୌଦ୍ଧବ୍ଲକ୍‌ ବାଉଁଶୁଣୀ ଛକ ନିକଟରେ ଜାତୀୟ ରାଜପଥ ନମ୍ବର ୫୭ର ପାର୍ଶ୍ୱରେ ଥିବା ଡ୍ରେନକୁ ସଫା କରାଯାଉନଥିବା ଯୋଗୁଁ ପୋତିହୋଇ ମଇଳା ପାଣି ରାସ୍ତା ଉପରେ ବୋହୁଥିଲା । ଏ ସମ୍ପର୍କରେ ଦୈନିକ ହୀରାଞ୍ଚଳ ଓ ହୀରାଞ୍ଚଳ ଲାଇଭ୍‌ରେ ଖବର୍‌ ପ୍ରକାଶ ପାଇଥିଲା । ଏ ସମ୍ପର୍କରେ ସ୍ଥାନୀୟ ଲୋକ ମଧ୍ୟ ଅଭିଯୋଗ କରି ଆସୁଥିଲେ । ଗତ ଚାରି ଦିନ ହେଲା ଡ୍ରେନ ସଫେଇ କାର୍ଯ୍ୟ ଗ୍ରାମ ପଞ୍ଚାୟତ ତରଫରୁ ଆରମ୍ଭ କରାଯାଇଥିବା ଜଣାପଡିଛି । ଡ୍ରେନରୁ ବାହାରୁଥିବା ଅଳିଆ, ମାଟି ଓ ଢାଙ୍କୁଣି ଗୁଡିକ ରାସ୍ତା ପାର୍ଶ୍ୱରେ ରଖା ଯାଇଥିବା ଯୋଗୁଁ ଲୋକେ ବର୍ତ୍ତମାନ ପୁଣି ଅଭିଯୋଗ କରିଛନ୍ତି । ଡ୍ରେନ ଢାଙ୍କୁଣି ଗୁଡିକ ତୁରନ୍ତ କଭର କରାନଯାଇ ରାସ୍ତା କଡରେ ବେପରୁଆ ଭାବେ ଇତଃସ୍ତତଃ ଫିଙ୍ଗା ଯାଇଥିବା ଯୋଗୁଁ ଜନସାଧାରଣଙ୍କ ଯାତାୟାତରେ ଘୋର ପ୍ରତିବନ୍ଧକ ସୃଷ୍ଟି ହେଉଥିବା ଯୋଗୁଁ ଅସନ୍ତୋଷ ପ୍ରକାଶ ପାଉଛି । କାର୍ଯ୍ୟ କରୁଥିବା ସଂସ୍ଥା ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଜନସାଧାରଣରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

fourteen − fourteen =