ବାଉଁଶୁଣୀ ଅଞ୍ଚଳରେ କରୋନା ପରୀକ୍ଷଣ ଶିବିର ଓ ସଚେତନତା କାର୍ଯ୍ୟକ୍ରମ

0 258

ବାଉଁଶୁଣୀ,୨୦/୫- ବୌଦ୍ଧବ୍ଲକ ବାଉଁଶୁଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଯୁବ ସମାଜର ମିଳିତ ଉଦ୍ୟମରେ ଡିମିରିପାଲି ଓ ଜମଘାଟି ଠାରେ କରୋନା ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୩୭୭ ଜଣଙ୍କ କୋଭିଡ ଟେଷ୍ଟ କରାଯାଇଥିବାବେଳେ ସମସ୍ତଙ୍କର ଅମ୍ଳଜାନ ସ୍ତର ଓ ତାପମାତ୍ରା ମଧ୍ୟ ପରୀକ୍ଷା କରାଯାଇଥିଲା । ଶିବିରଟି ଯୁବ ସ୍ୱେଚ୍ଛାସେବୀ ଇଂ ରାକେଶ ତ୍ରିପାଠୀଙ୍କ ଉଦ୍ୟମରେ ହୋଇଥିବାବେଳେ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ଓ

hiring

ଅନେକ ଯୁବ ସ୍ୱେଚ୍ଛାସେବୀମାନେ ସହଯୋଗ କରିଥିଲେ । ଡିମିରିପାଲିରେ ୧୭ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ସେମାନଙ୍କୁ ସଙ୍ଗରୋଧରେ ରହିବାପାଇଁ ପରାମର୍ଶ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ ବୌଦ୍ଧଜିଲ୍ଲାରେ ଗ୍ରାମାଞ୍ଚଳରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି । ଏଭଳି ସମୟରେ ଇଂ ଶ୍ରୀ ତ୍ରିପାଠୀଙ୍କ ଏହି ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି ।

hiranchal ad1
Leave A Reply

Your email address will not be published.

nineteen − nineteen =