ସାଧାରଣତନ୍ତ୍ର ଦିବସ ପାଳନ ପାଇଁ ଗାଇଡ୍‌ଲାଇନ ଜାରୀ

0 1,033

ବୌଦ୍ଧ,୧୫/୧- ରାଜ୍ୟ ଗୃହବିଭାଗ ଆସନ୍ତା ଜାନୁଆୀରୀ ୨୬ ତାରିଖରେ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ କିଭଳିଭାବେ ପାଳନ ହେବ ସେ ସମ୍ପର୍କରେ ଏକ ମାର୍ଗଦର୍ଶିକା ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ.ପି. ମାନଙ୍କୁ ପ୍ରଦାନ କରିଛନ୍ତି । କୋଭିଡ୍‌ କଟକଣା ଭିତରେ ଏ ଉତ୍ସବ ପାଳିତ ହେବ । ମୁଖ୍ୟଅତିଥିମାନେ ସକାଳ ଘ ୮. ୩୦ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିବେ ଓ ଜାତୀୟ ସଙ୍ଗୀତ ଗାନ କରାଯିବ । କେବଳ ପୋଲିସ୍‌ ବାହିନୀ ପ୍ୟାରେଡ କରିବେ । କୌଣସି ବିଦ୍ୟାଳୟର ଛାତ୍ରଛାତ୍ରୀ କିମ୍ବା ଏନ. ସି.ସି. ଦଳକୁ ପ୍ୟାରେଡ୍‌ କରିବାପାଇଁ ବାରଣ ରହିଛି । ଉତ୍ସବ ସ୍ଥଳକୁ ସାଧାରଣ ଲୋକଙ୍କ ପ୍ରବେଶ ନିଷେଧ କରାଯାଇଛି । କେବଳ କିଛି ନିମନ୍ତ୍ରିତ ଅତିଥି କରୋନା ଯୋଦ୍ଧାଙ୍କୁ ନିମନ୍ତ୍ରଣକରି ଡକାଯିବ । ଉତ୍ସବ ସ୍ଥଳରେ ସାମାଜିକ ଦୂରତା ରକ୍ଷା କରାଯିବ ଓ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସମସ୍ତ ପ୍ରବେଶ ପଥରେ ଅତିଥି ମାନଙ୍କୁ ସାନିଟାଇଜ କରିବାକୁ କୁହାଯାଇଛି । ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କୌଣସି ପ୍ରତିଯୋଗିତା ହୋଇପାରିବନାହଁ । କେବଳ ଅନଲାଇନ ମାଧ୍ୟମରେ ପ୍ରବନ୍ଧ ଓ କୁଇଜ୍‌ ପ୍ରତିଯୋଗିତା ଏ ଅବସରରେ ଆୟୋଜନ କରାଯାଇପାରିବ ବୋଲି ମାର୍ଗଦର୍ଶିକାରେ ଉଲ୍ଲେଖ ରହିଛି ।

hiranchal ad1
Leave A Reply

Your email address will not be published.

thirteen − 11 =