ପ୍ରକଳ୍ପ ଅଛି ହେଲେ ଅଚଳ, ପାଣି ପାଇଁ ଲୋକେ ଡହଳ ବିକଳ

0 401

ବୌଦ୍ଧ,୧୦/୧୨ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗ୍ରାମ ପଞ୍ଚାୟତର ସଦର ମହକୁମା ଲମ୍ବସରୀ ଗ୍ରାମରେ ପାନୀୟ ଜଳ ପାଇଁ ଲୋକେ ଡହଳବିକଳ ହେଉଥିବା ଦେଖିବାକୁ ମିଳୁଛି । ଗ୍ରାମରେ ଲକ୍ଷ ଲକ୍ଷ ଟଂକା ବ୍ୟୟରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ତରଫରୁ ନିର୍ମାଣ ହୋଇଛି ଓଭର ହେଡ ଟାଙ୍କି, ମାତ୍ର ଲୋକଙ୍କ କୌଣସି କାମରେ ଆସୁନାହିଁ । ବାରମ୍ବାର ଅଚଳ ହେଉଥିବା ଯୋଗୁଁ ପାଣି ଟିକିଏ ପାଇଁ ଲୋକେ ହନ୍ତସନ୍ତ ହେଉଛନ୍ତି । ଆଜକୁ ପ୍ରାୟ ୧୦ ମାସ ହେଲା ଅର୍ଥାତ୍‌ ଖରାଦିନ ଆରମ୍ଭରୁ ଜଳ ଯୋଗାଣ ହେଉନାହିଁ । ପ୍ରକଳ୍ପ ନିର୍ମାଣ ପରେ ତାହାର ମରାମତି ଓ ରକ୍ଷଣା ବେକ୍ଷଣ ବାବଦରେ ଅନେକ ଅର୍ଥ ଆସି ଖର୍ଚ୍ଚ କରାଯାଉଥିଲେ ମଧ୍ୟ ପ୍ରକଳ୍ପ ସଚଳ ହୋଇ ପାରୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ଏହାର ତଦନ୍ତ କରାଯିବାସହ ତୁରନ୍ତ ଜଳଯୋଗାଣ ପ୍ରକଳ୍ପକୁ ସଚଳ କରାଇବା ଦିଗରେ ବିଭାଗୀୟ କର୍ତ୍ତୃପକ୍ଷ ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

hiranchal ad1
Leave A Reply

Your email address will not be published.

eleven + 12 =