ଅବ୍ୟବସ୍ଥା ଘେରରେ ୧୧୫ ବର୍ଷର ଲମ୍ବସରୀ ୟୁ.ଜି.ଏମ.ଇ. ସ୍କୁଲ

0 795

ବୌଦ୍ଧ,୧୧/୧୨ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗ୍ରାମରେ ଥିବା ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟ ୧୯୦୬ ମସିହାରେ ତକ୍ରାଳୀନ ବୌଦ୍ଧ ଗଡଜାତର ରାଜା ନାରାୟଣ ପ୍ରସାଦ ଦେବଙ୍କ ଦ୍ୱାରା ପ୍ରାଥମିକ ବିଦ୍ୟାଳୟ ଭାବେ ସ୍ଥାପିତ ହୋଇଥିଲା । ପରବର୍ତ୍ତୀ ସମୟରେ ଗଡଜାତ ମିଶ୍ରଣର ବହୁବର୍ଷ ପରେ ସରକାର ଉନ୍ନୀତ ମଧ୍ୟ ଇଂରାଜୀ ବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ । ବିଦ୍ୟାଳୟରେ ବର୍ତ୍ତମାନ ମଧ୍ୟ ପ୍ରାୟ ୩୦୦ ପିଲା ଶିକ୍ଷା ଗ୍ରହଣ କରିଥାଆନ୍ତି । ବିଦ୍ୟାଳୟର ଭିତ୍ତିଭୂମି ବୃଦ୍ଧି ପ୍ରତି ସରକାର ଆଖି ବୁଜି ଦେଇଥିବା ଦେଖିବାକୁ ମିଳେ । ଛାତ୍ରଛାତ୍ରୀମାନଙ୍କ ପାଇଁ ଆବଶ୍ୟକ ଶ୍ରେଣୀଗୃହ ଓ ଶୌଚାଳୟ ବ୍ୟବସ୍ଥା ହୋଇପାରିନଥିବା ଅଭିଯୋଗ ହୁଏ । ବିଦ୍ୟାଳୟ ପରିସର ମଧ୍ୟ ଉନ୍ନତିକରଣ କରାଯାଇପାରିନାହିଁ । ସରକାର ତଥା ଶିକ୍ଷା ବିଭାଗ ଉକ୍ତ ଶତାଧିକ ବର୍ଷ ତଳର ବିଦ୍ୟାଳୟ ପ୍ରତି ଶୁଭଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

14 + 20 =