ବୌଦ୍ଧ ପେକ୍ସ ପକ୍ଷରୁ ରବିଧାନ କ୍ରୟର ଶୁଭାରମ୍ଭ

0 866

ବୌଦ୍ଧ,୩୧/୫ – ବୌଦ୍ଧ ସହରରେ ଥିବା ବୌଦ୍ଧ ସେବା ସମବାୟ ସମିତି ପକ୍ଷରୁ ଆଜି ବୁଟୁପାଲି ଉଚ୍ଚ ବିଦ୍ୟାଳୟ ନିକଟ ପଡିଆରେ ମଣ୍ଡି ଖୋଲି ରବିଧାନ କ୍ରୟ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି । ଆଜି ସକାଳେ ପୂଜାର୍ଚ୍ଚନା ପରେ ମଣ୍ଡି ଶୁଭାରମ୍ଭ କରାଯାଇଥିଲା । ପୂର୍ବରୁ ପଞ୍ଜିକରଣ କରି ଟୋକନ ପାଇଥିବା ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ମର୍ଜାକୁଦର ୪ ଜଣ ଚାଷୀ ଚିନା ଦନାୟକ, ଯୁଧିଷ୍ଠିର ମେହେର, ମହେଶ୍ୱର ମେହେର ଓ ବଶିଷ୍ଠ ମେହେର ମଣ୍ଡିକୁ ଧାନ ବିକ୍ରୟ ପାଇଁ ଆଣିଥିଲେ ଓ ସେରାୱାଲୀ ରାଇସ ମିଲ ଧାନ ନେବାପାଇଁ ଟ୍ରକ ପଠାଇଥିବା ଜଣାପଡିଛି । ବୌଦ୍ଧ ସେବା ସମବାୟ ସମିତିରେ ରବି ଧାନ ବିକ୍ରୟ ସକାଶେ ପଞ୍ଜିକରଣ ପାଇଁ ୮୪ ଜଣ ଚାଷୀ ଆବେଦନ କରିଥିଲେ । ସମିତିର ସମ୍ପାଦକ, କୃଷି ବିଭାଗ ଅଧିକାରୀ ଓ ରାଜସ୍ୱ ନିରୀକ୍ଷକ ଯାଞ୍ଚ କଲା ପରେ ୮୧ ଜଣ ଚାଷୀଙ୍କ ପଞ୍ଜିକରଣ ହୋଇଥିଲା । ଯୋଗାଣ ବିଭାଗ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୧୫୦୦ କ୍ୱିଣ୍ଟାଲ୍‌ ଧାନକ୍ରୟ ପାଇଁ ସମିତିକୁ ଟାର୍ଗେଟ ଦିଆଯାଇଥିବା ସମ୍ପାଦକ ସୂଚନା ଦେଇଛନ୍ତି । ଆଜି ମଣ୍ଡି ଶୁଭାରମ୍ଭ ସମୟରେ ସମିତିର ସମ୍ପାଦକ ସତ୍ୟଜିତ କର, ସମିତିର ପୂର୍ବତନ ସଭାପତି ସତ୍ୟଜିତ କୁମାର ପଣ୍ଡା, ପୂର୍ବତନ ଡାଇରେକ୍ଟର ଚିତ୍ତରଞ୍ଜନ ଦନାୟକ, ରାଧେଶ୍ୟାମ ସେଠୀ, ଡି. ଇ. ଓ. ସୁରେନ୍ଦ୍ର୍ର ମେହେର, ନିୟନ୍ତ୍ରିତ ବଜାର କମିଟିର ପ୍ରତିନିଧି ଓ ଧାନ ଆଣିଥିବା ଚାଷୀମାନେ ଉପସ୍ଥିତ ଥିଲେ । ସମିତି ତରଫରୁ ମଣ୍ଡି ନିକଟରେ ଚାଷୀଙ୍କ ପାଇଁ ଅସ୍ଥାୟୀ ବିଶ୍ରାମସ୍ଥଳୀ, ପାନୀୟଜଳ ବ୍ୟବସ୍ଥା ସହ ସାନିଟାଇଜର ଓ ମାସ୍କ ବଣ୍ଟନ କରାଯାଇ କୋଭିଡ୍‌ ନିୟମର ଅନୁପାଳନ କରାଯାଉଥିବା ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

3 + twelve =