ବୌଦ୍ଧ, ୨୫/୭ – ବୌଦ୍ଧ ଜିଲ୍ଲାରେ ସରକାରଙ୍କ ଦ୍ୱାରା ନିଯୁକ୍ତ କୋଭିଡ୍ ପର୍ଯ୍ୟବେକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ର, ଆଇ.ଏ.ଏସ. ବୌଦ୍ଧ ଗସ୍ତରେ ଆସି ଆଜି ସର୍କୀଟ୍ ହାଉସ୍ ଠାରେ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ । ଥଣ୍ଡା ଜ୍ୱର, ସର୍ଦ୍ଦି ଓ କାଶ ଆଦି ଲକ୍ଷଣ ଯାହାପାଖରେ ପ୍ରକାଶ ପାଇବ ତାଙ୍କୁ ପ୍ରତ୍ୟେକ ପଞ୍ଚାୟତରେ ଖୋଲା ଯାଇଥିବା କୋଭିଡ୍ କେୟାର ହୋମରେ ରଖାଯିବାକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ । ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ସୁସ୍ଥ ହାର ଯେଭଳି ବୃଦ୍ଧି ପାଇବ ଓ ମୃତ୍ୟୁ ହାର କମ୍ହେବ ସେ ଦିଗରେ ପଦକ୍ଷେପ ନେବାକୁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷା ବୈଠକରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଆରକ୍ଷୀ ଅଧିକ୍ଷକ ଭି ରଘୁନାଥ ରାଓ, ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତି ରଂଜନ ନାଏକ, ଉପ ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାସ ପ୍ରମୁଖ ଯୋଗଦେଇଥିଲେ ।