ବୌଦ୍ଧ :ଦମକଳ ବିଭାଗ କର୍ମଚାରୀ ଓ ବିଦେଶ ଫେରନ୍ତା କରୋନା ପଜିଟିଭ ଚିହ୍ନଟ

0 2,149

ବୌଦ୍ଧ,୧୬/୭ – ବୌଦ୍ଧ ଜିଲ୍ଲାରେ ଚିନ୍ତା ବଢାଉଛି କରୋନା । ଚଳିତ ସପ୍ତାହରେ ଅର୍ଥାତ୍ ୪ ଦିନ ମଧ୍ୟରେ ୧୧ ଜଣ ବ୍ୟକ୍ତିଙ୍କ ନିକଟରୁ କରୋନା ପଜିଟିଭ ବାହାରିଥିବା ଜଣାପଡିଛି । ସବୁଠାରୁ ଅଧିକ ଚିନ୍ତାର ବିଷୟ ହେଲା ଯେ ଚଳିତ ସପ୍ତାହର ୧୧ ପଜିଟିଭ ମଧ୍ୟରୁ ମାତ୍ର ଜଣେ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ଅନ୍ୟ ୯ ଜଣ ଲୋକାଲ୍ ବା ହୋମ କ୍ୱାରେଣ୍ଟାଇନର ଅଟନ୍ତି । ସମସ୍ତେ ବାହାର ରାଜ୍ୟରୁ କିମ୍ବା ରାଜ୍ୟର ହଟସ୍ପଟ୍ ଜୋନ ଅଂଚଳରୁ ଆସିଛନ୍ତି ନହେଲେ ସେମାନଙ୍କ ଠାରୁ ସଂକ୍ରମିତ ହୋଇଥିବା ଚିନ୍ତାର ବିଷୟ । ଆଜି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଦୁଇ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ଆଗଧାଡିର କରୋନା ଯୋଦ୍ଧା । ସେ ଚାରିଛକ ଦମକଳ କେନ୍ଦ୍ରର ଜଣେ କର୍ମଚାରୀ ବୋଲି ସୂଚନା ମିଳିଛି । ଅନ୍ୟ ଜଣେ ସଂକ୍ରମିତ ହେଉଛନ୍ତି ଆଫ୍ରିକା ମହାଦେଶ ଅଂଚଳରୁ ଆସି ଖୁଣ୍ଟବନ୍ଧ ଅଂଚଳରେ ନିଜ ଘରେ ହୋମ୍ କ୍ୱାରେଣ୍ଟାଇନରେ ଥିଲେ । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଗତକାଲି ଜିଲ୍ଲା ପ୍ରଶାସନ ନିକଟକୁ ଖବର ଦେବା ପରେ ଉଭୟଙ୍କୁ ସନ୍ଧ୍ୟାରେ ଆଣି ବୌଦ୍ଧସ୍ଥିତ କୋଭିଡ୍ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ବୋଲି ଜଣାପଡିଛି । ଆଜିର ଦୁଇ ପଜିଟିଭକୁ ମିଶାଇ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୬୪ରେ ପହଞ୍ଚିଲା । ୪୫ ଜଣ ସୁସ୍ଥ ହୋଇ ଯାଇଥିବା ବେଳେ ୧୯ ଜଣ ବୌଦ୍ଧ କୋଭିଡ ହସପିଟାଲରେ ଚିକିତ୍ସାଧୀନ ରହିଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

eight + fourteen =