ଯୁବ ସମାଜସେବୀ ଇଂ ରାକେଶ ତ୍ରିପାଠୀଙ୍କ କୋଭିଡ ସଚେତନତାକୁ ପ୍ରଶଂସା

0 84

ବୌଦ୍ଧ,୩/୬ – ବୌଦ୍ଧର ବାଉଁଶୁଣୀ ଓ ଆଖପାଖ ଅଞ୍ଚଳରେ ଲୋକଙ୍କୁ କୋଭିଡ ପରୀକ୍ଷଣ ପାଇଁ ସଚେତନ କରିବା ସହ ଆବଶ୍ୟକ ପରାମର୍ଶ ଯୋଗାଇ ଦେଉଛନ୍ତି ସମାଜସେବୀ ଇଂ ରାକେଶ ତ୍ରିପାଠୀ । ତାଙ୍କରି ନେତୃତ୍ୱରେ ବାଉଁଶୁଣୀ ଯୁବ ସ୍ୱେଚ୍ଛାସେବୀମାନେ ମଧ୍ୟ ସହଯୋଗର ହାତ ବଢାଇ ଘର ଘର ଯାଇ କରୋନା ପୀଡିତଙ୍କୁ ଆବଶ୍ୟକ ସହାୟତା ମନୋବଳ ବଢା଼ଉଥିବା ମଧ୍ୟ ଦେଖିବାକୁ ମିଳିଛି । ୧୫ ଦିନ ମଧ୍ୟରେ ବାଉଁଶୁଣୀ ଅଞ୍ଚଳରେ ଯୁବ ସ୍ୱେଚ୍ଛାସେବୀ ଓ ସି.ଏଚ.ସି.ର ମିଳିତ ଉଦ୍ୟମରେ ଚାରୋଟି କରୋନା ପରୀକ୍ଷଣ ଶିବିରରେ ପ୍ରାୟ ୮୦୦ ଜଣଙ୍କ ଠାରୁ ପରୀକ୍ଷାପାଇଁ ନମୁନା ସଂଗ୍ରହ କରାଯାଇ ପଠାଯାଇଛି ।

hiring

ଇଂ ତ୍ରିପାଠୀଙ୍କ ଏଭଳି ସେବାକୁ ସାଧାରଣରେ ପ୍ରଶଂସା କରିବା ସହିତ ତାଙ୍କ ଇଞ୍ଜିନିୟର ସାଥୀମାନେ ମଧ୍ୟ ତାଙ୍କୁ ସହଯୋଗର ହାତ ବଢାଇଛନ୍ତି । କୋଭିଡ ବିରୁଦ୍ଧରେ ଲଢେଇପାଇଁ ଇଂ ତ୍ରିପାଠୀଙ୍କ ବନ୍ଧୁ ବାଙ୍ଗଲୋରର ଇଂ ତାପସ ଦିକ୍ଷୀତ , ଗୁରଗାଓଁ ହରିଆନାର ଇଂ ଅନେଶ୍ୱର ନାୟକ, ରାଉରକେଲାର ଆସିଷ୍ଟାଣ୍ଟ ପ୍ରଫେସର ଡ. ସନ୍ତୋଷ ଦାସ ନିଟ୍‌ ପ୍ରମୁଖ ୧୦ହଜାର ଟଙ୍କା ସହିତ ୫ଟି ଅକ୍ସିମିଟର, ଥର୍ମାଲ ଚେକିଂ ପାଇଁ ଆବଶ୍ୟକ ଉପକରଣ ଥର୍ମୋସେଫ ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

10 − two =