ବୌଦ୍ଧଜିଲ୍ଲା :ସଂକ୍ରମିତ ସଂଖ୍ୟା ୮୪, କେବଳ ହରଭଙ୍ଗା ବ୍ଲକରୁ ୫୮ ଜଣ

0 243

ବୌଦ୍ଧ,୧୭/୬ – ଆଜି ପୁଣି ଗୋଟିଏ ଦିନ ମଧ୍ୟରେ ବୌଦ୍ଧ ଜିଲ୍ଲାରେ ୮୪ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କେବଳ ହରଭଙ୍ଗା ବ୍ଲକ୍‌ ଅଞ୍ଚଳରୁ ହିଁ ୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବ୍ଲକର ବନ୍ଧାପଥର ଗ୍ରାମରୁ ୨୦ ଜଣ ସର୍ବାଧିକ ଓ କରଞ୍ଜକଟା ଗ୍ରାମ ପଞ୍ଚାୟତ ଲୋକାପଡା ଗ୍ରାମରୁ ୧୭ ଜଣ ପଜିଟିଭ ଚିହ୍ନଟ ହୋଇଥିବା ହେତୁ ବ୍ଲକର ସଂକ୍ରମିତ ସଂଖ୍ୟା ବୃଦ୍ଧିପାଇଛି । ସେହିପରି ଆଜି ମଧ୍ୟ ବୌଦ୍ଧ ବ୍ଲକ୍‌ ଅଂଚଳର ୭ ଜଣ ଓ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୨ ଜଣ ଚିହ୍ନଟ ହୋଇଥିବା ଆଶ୍ୱସ୍ତି ପ୍ରଦାନ କରିଛି । ଆଜି କଣ୍ଟାମାଳ ବ୍ଲକ ଅଂଚଳର ୧୭ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜିର ପଜିଟିଭ ସଂଖ୍ୟା ମିଶାଇଲେ ଜିଲ୍ଲାରେ ଆଜି ସୁଦ୍ଧା ମୋଟ ୧୧୭୮୫ ଜଣ ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୧୦୪୪୭ ଜଣ ସୁସ୍ଥ ହୋଇ ସାରିଛନ୍ତି ଓ ୧୧୮୧ ଜଣ ସକ୍ରୀୟ, ରିପୋର୍ଟ ଅପେକ୍ଷାରେ ୪୫୩ ଜଣ ରହିଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

5 × one =