ଦିଲ୍ଲୀ ପୁଲିସର ଦମନଲୀଳା ପ୍ରତିବାଦରେ ବୌଦ୍ଧ ଜିଲ୍ଲା କଂଗ୍ରେସର ବିକ୍ଷୋଭ

0 164

ବୌଦ୍ଧ,୧୭/୬- କେନ୍ଦ୍ରର ମୋଦି ସରକାରଙ୍କ ଏକଛତ୍ରବାଦୀ ଶାସନ ଓ ପୁଲିସର ଦମନନୀଳା ବିରୁଦ୍ଧରେ ଆଜି ବୌଦ୍ଧ ଜିଲ୍ଲା କଂଗ୍ରେସ ତରଫରୁ ପ୍ରତିବାଦ କରାଯାଇ ମୁଖ୍ୟ ଡାକଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ନ୍ୟାସନାଲ ହେରାଲଡ ଖବରକାଗଜ ପ୍ରସଙ୍ଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରାହୁଳ ଗାନ୍ଧୀଙ୍କୁ ପଚରାଉଚରା କରୁଥିବାବେଳେ ଅଖିଳ ଭାରତୀୟ କଂଗ୍ରେସ କମିଟି କାର୍ଯ୍ୟାଳୟରେ କଂଗ୍ରେସ ନେତାଙ୍କୁ ପ୍ରବେଶ ବାରଣ କରୁଥିବା ଓ କର୍ମୀଙ୍କୁ ମାଡ ମାରିବା ଘଟଣାରୁ କେନ୍ଦ୍ର ସରକାରଙ୍କ ଆକ୍ରୋଶମୂଳକ କାର୍ଯ୍ୟକଳାପକୁ ସାରା ରାଜ୍ୟରେ କଂଗ୍ରେସ ତରଫରୁ ବିରୋଧ କରାଯାଇଛି । ଆଜି ବୌଦ୍ଧରେ ମଧ୍ୟ ଏହାକୁ ବିରୋଧକରି ଧାରଣା ଦିଆଯାଇଛି । ବୌଦ୍ଧଜିଲ୍ଲା କଂଗ୍ରେସ ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ କଂଗ୍ରେସ ନେତା ନାରାୟଣ ପ୍ରସାଦ ପରିଜା, କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଧାନସଭା ପ୍ରାର୍ଥୀ ପ୍ରଶାନ୍ତ ସାହୁ, ରାୟ ସଞ୍ଜିବ କୁମାର ଦେଓ, ବିଶ୍ୱଜିତ ମିଶ୍ର, କେଶବ କ୍ଷେତୀ, ଶାନ୍ତନୁ ମହାପାତ୍ର, ସମରେଶ ମିଶ୍ର, ମହିଳାକର୍ମୀ ପ୍ରଭାତୀ ବେହେରା, ଅଭାଗିନି ସାଥୁଆଙ୍କ ସମେତ ଶତାଧିକ କର୍ମୀ ଏହି ଧାରଣାରେ ବସିଥିଲେ । ଧାରଣା ସ୍ଥଳରେ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ନାରାବାଜି କରି ମୋଦି ସରକାରଙ୍କ ଅପାରଗତାକୁ ସମାଲୋଚନା କରିଥିଲେ ।

hiranchal ad1
Leave A Reply

Your email address will not be published.

seventeen − 13 =