ବୌଦ୍ଧ: ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତ

0 948

ବୌଦ୍ଧ,୧୫/୮: ଆଜି ସ୍ଥାନୀୟ ପ୍ୟାରେଡ ପଡିଆଠାରେ କୋଭିଡ କଟକଣାରେ ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଜିଲ୍ଲାପାଳ ଏହି ଅବସରରେ ଆମ ଦେଶର ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିବା ସହିତ ତାଙ୍କରି ଉତ୍ସର୍ଗୀକୃତ ବଳିଦାନ ଆଜି ଆମକୁ ସ୍ୱାଧୀନତା ଦେଇଛି ବୋଲି କହିଥିଲେ । କରୋନା ମହାମାରୀ ଆମ ଜୀବନର ଗତିପଥକୁ ବଦଳାଇ ଦେଇଛି କିନ୍ତୁ ଆମେ ଏଥିରେ ଡରିନଯାଇ ଏହି ମହାମାରୀକୁ ପ୍ରତିରୋଧ କରିବାପାଇଁ ମୁହଁରେ ମାସ୍କ ପିନ୍ଧିବାକୁ ଓ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଆରକ୍ଷୀ ଅଧୀକ୍ଷକ ଭି. ରଘୁନାଥ ରାଓ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଏନ.ସି ଜ୍ୟୋତିରଞ୍ଜନ ନାୟକ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶଶାଙ୍କ ଶେଖର ଦାସ, ଉପ-ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ବିରଞ୍ଚି ଧରୁଆ, ଜିଲ୍ଲା ସଂସ୍କୃତି ଅଧିକାରୀ ଶିଶିର ସାହୁ, ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଆରଆଇ ରାଜୀବ ଲୋଚନ ସେଠ୍‌ଙ୍କ ନେତୃତ୍ୱରେ ପୋଲିସ ଦଳ ଓ ଆଇଆରବିର ୫ମ ବାଟାଲିୟନ ଜାତୀୟ ପତାକାକୁ ସମ୍ମାନ ଜଣାଇଥିଲେ । ।

hiring

ଏହି ଅବସରରେ କୋଭିଡ ଯୋଦ୍ଧାମାନଙ୍କୁ ମୁଖ୍ୟଅତିଥି ସମ୍ମାନପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ । ପୋଲିସ ବିଭାଗ, ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ବୌଦ୍ଧଗଡ ଏନଏସି, ଅଙ୍ଗନୱାଡି, ଜିଲ୍ଲା ସାମ୍ବାଦିକ ଫୋରମ, ପ୍ରେସ କ୍ଲବ, ଜିଲ୍ଲା ସାମ୍ବାଦିକ ସଂଘକୁ ମାନପତ୍ର ଦେଇ ମୁଖ୍ୟଅତିଥି ସମ୍ବର୍ଦ୍ଧିତ କରିଥିଲେ । ଏହାପରେ ଜିଲ୍ଲାର କୋଭିଡ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଫଳ ବଣ୍ଟନ କରିଥିଲେ । ପତାକା ଉତ୍ତୋଳନ ପୂର୍ବରୁ ସହରର ବିଭିନ୍ନ ଛକରେ ଥିବା ମହାତ୍ମାଗାନ୍ଧୀ, ପଣ୍ଡିତ ଗୋପବନ୍ଧୁ ଓ ଉକ୍ରଳ ଗୌରବ ମଧୁସୂଦନଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟଅତିଥି ମାଲ୍ୟାର୍ପଣ କରିଥିଲେ । କୋଭିଡ କଟକଣା ପାଇଁ ଚଳିତଥର ସାଧାରଣ ଜନତାଙ୍କୁ ଏହି ଉତ୍ସବରେ ସାମିଲ ହେବାକୁ ବାରଣ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

1 × 1 =