ଅବକାରୀ ବିଭାଗ ପକ୍ଷରୁ ୨୧ ଏକର ଜମିରୁ ୬୩ହଜାର ଗଞ୍ଜେଇ ଗଛ ନଷ୍ଟ

0 90

ବୌଦ୍ଧ,୨୪/୧୨ – ବୌଦ୍ଧଜିଲ୍ଲାରେ ଗଞ୍ଜେଇ ଚଢଉ ଅଭିଯାନ ଜାରିରହିଥିବାବେଳେ ଆଜି ମଧ୍ୟ ଅବକାରୀ ବିଭାଗ ପକ୍ଷରୁ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧୀକ୍ଷକ ଶ୍ରୀମତୀ କ୍ରିଷ୍ଣା ନାଏକଙ୍କ ତତ୍ତ୍ୱାବଧାନରେ ଅବକାରୀ ନିରୀକ୍ଷକ ବିଜୟ କୁମାର ଧରୁଆଙ୍କ ନେତୃତ୍ୱରେ ବ୍ରାହ୍ମଣୀପାଲି ପଞ୍ଚାୟତର ତାଲଗୋରି ଅଞ୍ଚଳର ଆଭ୍ୟନ୍ତରୀଣ ଜଙ୍ଗଲ ମଧ୍ୟରେ ୨୧ ଏକର ଜମିରେ ହୋଇଥିବା ୬୩ହଜାର ଗଞ୍ଜେଇ ଗଛକୁ କାଟି ପୋଡିଦେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୬କୋଟି ୩୦ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଚଢାଉରେ ମାଜିଷ୍ଟ୍ରେଟ ଭାବରେ ବୌଦ୍ଧ ଅତିରିକ୍ତ ତହସିଲଦାର ତ୍ରିଦେବ ରଥ ସାମିଲ ରହିଥିବାବେଳେ ଅବକାରୀବିଭାଗର ଇନିସପେକ୍ଟର ବିଜୟ କୁମାର ଧରୁଆ, ଓଆଇସି ରମେଶ ଚନ୍ଦ୍ର ମହାନ୍ତି, କଣ୍ଟାମାଳ ଏଏସଆଇ କିଶୋର ଚନ୍ଦ୍ର ନାୟକ, ମନମୁଣ୍ଡା ଏଏସଆଇ ବ୍ରହ୍ମାନନ୍ଦ ଭୋଇ, ଓଆଇସି ଭଗବାନ ମହାନନ୍ଦିଆ, ଏଏସଆଇ ରୂପେଶ ମୁଖୀ, କର୍ମଚାରୀ ଏସକେ ଆବୁତାର, ପ୍ରିୟଞ୍ଜନ କହଁର ପ୍ରମୁଖ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

1 + eight =