ପିଙ୍ଗଳାବେଡା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା

0 86

ବୌଦ୍ଧ/ଜହ୍ନାପଙ୍କ,୨୮/୫- ବୌଦ୍ଧବ୍ଳକ ବ୍ରାହ୍ମଣୀପାଲି ପଞ୍ଚାୟତ ଅନ୍ତର୍ଗତ ପିଙ୍ଗଳାବେଡା ଗ୍ରାମରେ ଆଜି ୫୩ ଜଣ କରୋନା ସଂକ୍ରମଣ ଚିହ୍ନଟ ହେବାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ସରପଞ୍ଚ ସୁଷମା ବାଘ ପିଙ୍ଗଳାବେଡା ଗ୍ରାମକୁ ୨୮ ତାରିଖରୁ ୨ ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି । ଏବଂ ବାଉଁଶବାଡ଼ ଦେଇ ଗାଁର ପ୍ରବେଶ ପଥକୁ ସିଲ କରାଯାଇଛି । ଏହି ସମୟରେ ସ୍ୱାସ୍ଥ୍ୟ ସେବା ଭଳି ଜରୁରୀ ସେବା ପାଇଁ କେବଳ ଗାଁ ଲୋକ ବାହାରକୁ ଯାଇପାରିବେ । ନହଲେ ଗାଁଲୋକ ବାହାରକୁ କିମ୍ବା ବାହାର ଲୋକ ଗାଁକୁ ପ୍ରବେଶ କରିବାକୁ ବାରଣ କରାଯାଇଛି । ଯିଏ ଏହାକୁ ଅବମାନନା କରିବ ତାଙ୍କ ବିରୋଧରେ କୋଭିଡ-୧୯ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ସରପଞ୍ଚ ଘୋଷଣା କରିଛନ୍ତି । ଏହାସହିତ ଯେଉଁମାନେ ସଂକ୍ରମିତ ନିୟମିତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରଖିବା ଓ ବାରମ୍ବାର ହାତକୁ ସାବୁନରେ ଧୋଇବାକୁ ପରାମର୍ଶ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

four − two =