ବୌଦ୍ଧ ଜିଲ୍ଲାରେ ଶୁଭାରମ୍ଭ ହେଲା କୋଭିଡ-୧୯଼ ଟିକାକରଣ

0 1,088

ବୌଦ୍ଧ,୧୬/୦୧- ଆଜି ବୌଦ୍ଧସହରର କୋଭିଡ ସେଣ୍ଟରରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଫିତାକାଟି କୋଭିଡ-୧୯ ଟିକାକୁ ଶୁଭାରମ୍ଭ କରିଛନ୍ତି । ବୌଦ୍ଧ ଜିଲ୍ଲାରେ ତିନୋଟି ସେଣ୍ଟର ଯଥା ବୌଦ୍ଧ କୋଭିଡ ହସପିଟାଲ, ବାଉଁଶୁଣୀ ସିଏଚସି ଓ ମନମୁଣ୍ଡା ସିଏଚସିରେ ଆଜି ୧୦୦ଜଣ ଲେଖାଏଁ ସଫେଇ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମୀ ଓ ଅଙ୍ଗନୱାଡି କର୍ମୀଙ୍କୁ ଏହି ଟିକା ଦିଆଯାଉଥିବା ଜିଲ୍ଲାପାଳ ପ୍ରକାଶ କରିଥିଲେ ।

hiring

ପ୍ରଥମେ ଜଣେ ସଫେଇ କର୍ମଚାରୀ ଏବଂ ତାପରେ ଜିଲ୍ଲା ମୁଖ୍ୟ ଚିିକିତ୍ସା ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନଙ୍କୁ ଏହି ଟିକା ଦିଆଯାଇଥିଲା । ୩୧୭୫ ଜଣଙ୍କ ନାମ ପଞ୍ଜିକରଣ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୧୯୫୦ ଟିକା ପହଞ୍ଚିଛି । ୭ଦିନ ମଧ୍ୟରେ ଏହି ଟିକା ଦିଆଯିବାପରେ କୋଭିଡ ଯୋଦ୍ଧା, ସରକାରୀ କର୍ମଚାରୀ ତାପରେ ଅନ୍ୟମାନଙ୍କୁ ମଧ୍ୟ ଟିକା ପ୍ରଦାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସିଡିଏମଓ ତ୍ରିଲୋଚନ ପ୍ରଧାନ, ଡିପିଏମ ରୂପକ କୁମାର ମହାପାତ୍ର, ବିଭିନ୍ନ ବିଭାଗର ଡାକ୍ତର, ସ୍ୱାସ୍ଥ୍ୟବିଭାଗ କର୍ମଚାରୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

13 − ten =