ବୌଦ୍ଧ,୨୯/୫- ଆଜି ପୁଣି ଜିଲ୍ଲାରେ କରୋନା ଗ୍ରାଫ ଉପରକୁ ଉଠିଛି । ଆଜି ବୌଦ୍ଧ ଜିଲ୍ଲାରେ ୨୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧବ୍ଲକ୍ ଅଁଳାପାଲି ଗ୍ରାମ ପଞ୍ଚାୟତ ତାଟରକିଲା ଗ୍ରାମରୁ ୨ ଜଣ, ବଢିଗାଁ ଗ୍ରାମରୁ ୩ ଜଣ, ବହିରା ଗ୍ରାମରୁ ୧ ଜଣ, ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଡିମିରିପାଲି ଗ୍ରାମରୁ ୧ ଜଣ ଓ ବାଉଁଶୁଣୀ ଗ୍ରାମରୁ ୩ ଜଣ, ଗୋଛାପଡା ଗ୍ରାମ ପଞ୍ଚାୟତ ଟାଲୁପାଲି ଗ୍ରାମରୁ ୨ ଜଣ ଓ ଗୋଛାପଡା ଗ୍ରାମରୁ ୧ ଜଣ, ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ବୁଢୀକନ୍ ଗ୍ରାମରୁ ୧ ଜଣ, କସୁରବନ୍ଧ ଗ୍ରାମ ପଞ୍ଚାୟତ ବାଗଡିଆ ଗ୍ରାମରୁ ୩ ଜଣ ଓ କସୁରବନ୍ଧ ଗ୍ରାମରୁ ୨ ଜଣ, ଖଲିଆପାଲି ଗ୍ରାମ ପଞ୍ଚାୟତ ରୁଗୁଡି ଗୋରା ଗ୍ରାମରୁ ୧ ଜଣ, ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ଗୁଢିଆଳୀ ଗ୍ରାମରୁ ସର୍ବାଧିକ ୮୨ ଜଣ, ମନୁପାଲି ଗ୍ରାମ ପଞ୍ଚାୟତ ସାହୁପଡା ଗ୍ରାମରୁ ୨ ଜଣ ଓ ଷାଣ୍ଢପାଲି ଗ୍ରାମରୁ ୧ ଜଣ, ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ମୁଣ୍ଡିପଦର ଗ୍ରାମରୁ ୨ ଜଣ ଓ ଗୋପୀନାଥପୁର୍ ଗ୍ରାମରୁ ୧ ଜଣ, ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତ ଜଗଦୀଶପୁର୍ ଗ୍ରାମରୁ ୧ ଜଣ, ରକସା ଗ୍ରାମ ପଞ୍ଚାୟତ ଚଅଁରିଆ ପଦର ଓ ଦହ୍ୟା ଗ୍ରାମରୁ ୧ ଜଣ ଲେଖାଏଁ, ଶଗଡା ଗ୍ରାମ ପଞ୍ଚାୟତ ଶଗଡାରୁ ୨ ଜଣ, କୁମ୍ଭାର ପଦର ଓ ନାଲିକୁମ୍ପା ଗ୍ରାମରୁ ୧ ଜଣ ଲେଖାଏଁ, ତାଲସରଡା ଗ୍ରାମ ପଞ୍ଚାୟତ କଙ୍କଲା ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତ ଜଟେସିଙ୍ଗା ଓ ରତନ ପୁର୍ ଗ୍ରାମରୁ ୩ ଜଣ ଲେଖାଏଁ ଓ କୁଲିମୁଣ୍ଡା ଗ୍ରାମରୁ ୨ ଜଣ, ବାଣୀଭୂଷଣପୁର୍ ଗ୍ରାମ ପଞ୍ଚାୟତ ବାହାଲି ଓ ଚାରିଛକ ଗ୍ରାମରୁ ୧ ଜଣ ଲେଖାଏଁ, ବୀରନରସିଙ୍ଗପୁର୍ ଗ୍ରାମ ପଞ୍ଚାୟତ କରଡି, ମହୁଲବୁରୀ ଓ ବିରାମଚନ୍ଦ୍ରପୁର୍ ଗ୍ରାମରୁ ୧ ଜଣ ଲେଖାଏଁ, ଧଳପୁର୍ ଗ୍ରାମ ପଞ୍ଚାୟତ ସାକୁସିଙ୍ଗା ଗ୍ରାମରୁ ୨ ଜଣ ଓ ଚନ୍ଦ୍ରଶେଖରପୁର୍, ବେଲପଦର ଓ ଧଳପୁର୍ ଗ୍ରାମରୁ ୧ ଜଣ ଲେଖାଏଁ, ହରଭଙ୍ଗା ଗ୍ରାମ ପଞ୍ଚାୟତ ଭେଜିଗୋରାରୁ ୧ ଜଣ, କରଞ୍ଜକଟା ଗ୍ରାମ ପଞ୍ଚାୟତ ଜାମୁପଦର୍ ଗ୍ରାମରୁ ୧ ଜଣ, ଲୁଣିବାହାଲ୍ ଗ୍ରାମ ପଞ୍ଚାୟତ ତାଳପଦର ଗ୍ରାମରୁ ୧ ଜଣ, ମହାଳିକପଡା ଗ୍ରାମ ପଞ୍ଚାୟତ କୁଟିବାରୀ ଗ୍ରାମରୁ ୧ ଜଣ, ପୀତାମ୍ବରପୁର୍ ଗ୍ରାମ ପଞ୍ଚାୟତ ବଲଣ୍ଡା ଗ୍ରାମରୁ ୪ ଜଣ, ପୁରୁଣାକଟକ ଗ୍ରାମରୁ ୧ ଜଣ, ତିଲେଶ୍ୱର୍ ଗ୍ରାମ ପଞ୍ଚାୟତ ତାକୁଡ୍ ଗ୍ରାମରୁ ୧ ଜଣ, ରାଧାନଗର୍ ଗ୍ରାମରୁ ୧ ଜଣ, ରାମଗଡ ଗ୍ରାମ ପଞ୍ଚାୟତ ପରଗଲ୍ପୁର୍ ଓ ଶ୍ରୀ ରାମପୁର ଗ୍ରାମରୁ ୧ ଜଣ ଲେଖାଏଁ, ସାଂପୋଚ ଗ୍ରାମ୍ ପଞ୍ଚାୟତ ଶ୍ୟାମ ସୁନ୍ଦରପୁର୍ ଗ୍ରାମରୁ ୧ ଜଣ, ସରସରା ଗ୍ରାମ ପଞ୍ଚାୟତ ମାଉଲୀସିଙ୍ଗା ଓ ସରସରା ଗ୍ରାମରୁ ୧ ଜଣ ଲେଖାଏଁ, କଣ୍ଟାମାଳ ବ୍ଲକ୍ ଆମ୍ବଗାଁ ଗ୍ରାମ ପଞ୍ଚାୟତ ଦେଢନମାଲ୍ ଗ୍ରାମରୁ ୧ ଜଣ, ବରଗାଁ ଗ୍ରାମ ପଞ୍ଚାୟତ ତିଲିକା ମାଲ୍ ଓ ନେନ୍ଦ୍ରୀମାଲ୍ ଗ୍ରାମରୁ ୧ ଜଣ ଲେଖାଏଁ, ବରଗୋଛା ଗ୍ରାମ ପଞ୍ଚାୟତ ଲୁଣପଙ୍ଗା ଗ୍ରାମରୁ ୧ ଜଣ, ବିଲାସପୁର ଗ୍ରାମ ପଞ୍ଚାୟତ ଅଶିଣବିର୍ ଗ୍ରାମରୁ ୩ ଜଣ, ତାଳପଡା ଗ୍ରାମରୁ ୨ ଜଣ ଓ ପଦରପଡା, ଗମ୍ଭାରୀଗୋରା, ବିଳାସପୁର, ଜାମୁଲା ପଦର ଓ ଖଇର ହନା ଗ୍ରାମରୁ ୧ ଜଣ ଲେଖାଏଁ, ଦପଲା ଗ୍ରାମରୁ ୪ ଜଣ, ଘଣ୍ଟା ପଡା ଗ୍ରାମ ପଞ୍ଚାୟତ ଶ୍ରୀମାଲ୍ ଗ୍ରାମରୁ ୧ ଜଣ, ଘିକୁଣ୍ଡି ଗ୍ରାମ ପଞ୍ଚାୟତ ପଥରଖଣ୍ଡି ଗ୍ରାମରୁ ୧ ଜଣ ଓ କଲରାଝୁଲି ଗ୍ରାମରୁ ୨ ଜଣ, ଗୁଡଭେଲିପଦର୍ ଗ୍ରାମ ପଞ୍ଚାୟତ ପୁରୁଣାପାଣି ଗ୍ରାମରୁ ୧ ଜଣ ଓ ଜୟଦପୁର୍ ଗ୍ରାମରୁ ୫ ଜଣ, ଯୋଗୀନ୍ଦ୍ରପୁର୍ ଗ୍ରାମ ପଞ୍ଚାୟତ ବାନ୍ଧନ ଝୁଲି ଓ ଯୋଗୀନ୍ଦ୍ରପୁର୍ ଗ୍ରାମରୁ ୨ ଜଣ ଲେଖାଏଁ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ବଡ଼ ଛପାପାଲି ଗ୍ରାମରୁ ୬ ଜଣ, ଡୁମାଲ୍ପାଲି ଗ୍ରାମରୁ ୩ ଜଣ, କଲରାକୋଠା ଗ୍ରାମରୁ ୧ ଜଣ ଓ କଣ୍ଟାମାଳ ଗ୍ରାମରୁ ୭ ଜଣ, ଖଲିଆପାଲି ଗ୍ରାମ ପଞ୍ଚାୟତ ଖଲିଆପାଲି ଗ୍ରାମରୁ ୧ ଜଣ, ଖଟଖଟିଆ ଗ୍ରାମ ପଞ୍ଚାୟତ ବ୍ରାହ୍ମୀ ଗ୍ରାମରୁ ୩ ଜଣ, ଗୋପାଳମାଲ୍ ଓ ଖଟଖଟିଆ ଗ୍ରାମରୁ ୨ ଜଣ ଲେଖାଏଁ, ସାନ ମନମୁଣ୍ଡା, ଜାଲପାଲି ଓ ଦମାମୁଣ୍ଡା ଗ୍ରାମରୁ ୧ ଜଣ ଲେଖାଏଁ, ଲମ୍ବସରୀ ଗ୍ରାମ ପଞ୍ଚାୟତ ଲମ୍ବସରୀ ଗ୍ରାମରୁ ୧ ଜଣ ଓ ଜାମୁଖୋଲ୍ ଗ୍ରାମରୁ ୨ ଜଣ, ମନମୁଣ୍ଡା ଗ୍ରାମ୍ ପଞ୍ଚାୟତ ବାସୁଦେବପାଲି ଗ୍ରାମରୁ ୨ ଜଣ, ଭୁର୍କୀପଡା ଓ ଯୋଗୀପଦର ଗ୍ରାମରୁ ୧ ଜଣ ଲେଖାଏଁ, ମନମୁଣ୍ଡା ଗ୍ରାମରୁ ୬ ଜଣ, ନାରୟଣ ପ୍ରସାଦ ଗ୍ରାମରୁ ୧ ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ଡେଙ୍ଗପଦର୍ ଗ୍ରାମରୁ ୮ ଜଣ, ପିପଲପାଲି ଓ ପଲସାଗୋରା ଗ୍ରାମରୁ ୧ ଜଣ ଲେଖାଏଁ, ରେଙ୍ଗାଲି ଗ୍ରାମ ପଞ୍ଚାୟତ ଚାରଭାଟି ଗ୍ରାମରୁ ୧ ଜଣ, ରୁଣ୍ଡିମହୁଲ ଗ୍ରାମ ପଞ୍ଚାୟତ ଶୁଲିଆଗ୍ରାମରୁ ୧ ଜଣ ଓ ରୁଣ୍ଡିମହୁଲ ଗ୍ରାମରୁ ୨ ଜଣ, ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ଧୁଙ୍ଗିୟାପଦର ଗ୍ରାମରୁ ୩ ଜଣ, ମହତପୁର୍ ଗ୍ରାମରୁ ୨ ଜଣ ଓ ଶୁଣ୍ଢିପଦର ଓ ଗୁଡିଆଲୀ ଗ୍ରାମରୁ ୧ ଜଣ ଲେଖାଏଁ, ଉମା ଗ୍ରାମ୍ ପଞ୍ଚାୟତ ରେଘାମୁଣ୍ଡା ଗ୍ରାମରୁ ୩ ଜଣ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ମାଳିସାହି ରୁ ୩ ଜଣ, ବଗିଚା ସାହିରୁ ୨ ଜଣ ଓ ରାମେଶ୍ୱର ବିହାର, ଇରିଗେସନ୍ କଲୋନୀ, ପୁରୁଣା ବ୍ଲକ୍ ଛକ ଓ ବ୍ରାହ୍ମଣସାହି ଅଂଚଳର ୧ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜିର ୨୫୭ କରୋନା ପଜିଟିଭ ସଂଖ୍ୟା ମିଶାଇଲେ ଜିଲ୍ଲାରେ ଆଜି ସୁଦ୍ଧା ମୋଟ ୯୬୪୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ବୌଦ୍ଧଜିଲ୍ଲାରୁ ୨ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟି ମୃତ୍ୟୁସଂଖ୍ୟା ୩୯ରେ ପହଞ୍ଚିଛି । ଗତକାଲି ସୁଦ୍ଧା ୬୧୩୩ ସୁସ୍ଥ ହୋଇଥିବା, ବାହାର ଜିଲ୍ଲାରେ ପରୀକ୍ଷା କରାଇ ୪୪୪ଜଣ ପଜିଟିଭ, ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ୩୨୧୯ ଥିବା ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।