ବୌଦ୍ଧ,୨୮/୭ – ଆଜି ବୌଦ୍ଧ ସର୍କିଟ ହାଉସ୍ସ୍ଥିତ ସମ୍ମିଳନୀ କକ୍ଷରେ ଯୋଜନା ସମନ୍ୱୟ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ପ୍ଲାଜମର ଦାନ କ୍ଷେତ୍ରରେ ସୁସ୍ଥ ରୋଗୀଙ୍କୁ ପ୍ରେରଣା ଯୋଗାଇବା ସମ୍ପର୍କୀତ ଏକ ବୈଠକରେ ସମୀକ୍ଷା କରିଥିଲେ । ଗୁରୁତର କରୋନା ରୋଗୀଙ୍କ ଚିକିତ୍ସାରେ ପ୍ଲାଜମା ଥେରାପି ଏକ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବାରୁ ସେଥିପାଇଁ ସୁସ୍ଥ ରୋଗୀଙ୍କୁ ପ୍ରବର୍ତ୍ତାଇବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଜିଲ୍ଲାର ବିବରଣୀ ଉପସ୍ଥାପନ କରି କହିଥିଲେ ୬୯ ଜଣ ସୁସ୍ଥଙ୍କ ମଧ୍ୟରୁ ୪୮ ଜଣଙ୍କୁ ଚିହ୍ନଟ କରାଯାଇ ୪୩ ଜଣ ବ୍ୟକ୍ତିଙ୍କୁ ପ୍ଲାଜମା ଦାନ ପାଇଁ ଯୋଗାଯୋଗ କରାଯାଇଛି । ସେଥିମଧ୍ୟରୁ ୨୬ ଜଣ ସୁସ୍ଥଙ୍କ ମଧ୍ୟରୁ ୨୪ ଜଣ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ପ୍ଲାଜମା ଦାନ କରିପାରିବେ ବୋଲି ସୂଚନା ଦେଇଥିଲେ । ପ୍ଲାଜମା ଦାନ ପାଇଁ ଜିଲ୍ଲାରେ ଆବଶ୍ୟକ ଭିତ୍ତିଭୂମି ନ ଥିବାରୁ ଇଚ୍ଛୁକ ବ୍ୟକ୍ତିଙ୍କୁ ନେଇ ବୁର୍ଲା ଡାକ୍ତରଖାନାରେ ପ୍ଲାଜମା ସଂଗ୍ରହ କରାଯାଇପାରିବ ବୋଲି ଜିଲ୍ଲାପାଳ କହିଥିଲେ । ଜିଲ୍ଲାରେ କରୋନା ସ୍ଥିତି ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ ବିବରଣୀ ଉପସ୍ଥାପନ କରିଥିଲେ ।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ବିଧାୟକ ପ୍ରଦୀପ ଅମାତ, କଣ୍ଟାମାଳ ବିଧାୟକ ମହୀଧର ରଣା, ଆରକ୍ଷୀ ଅଧିକ୍ଷକ ଭି ରଘୁନାଥ ରାଓ, ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକ, ଉପ ଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର, ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ଓ ସଂପୃକ୍ତ ଅନ୍ୟାନ୍ୟ ଅଧିକାରୀମାନେ ଯୋଗ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post