ନଳକୂପ ପାଇଁ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା

0 182

ବୌଦ୍ଧ, ୪/୨ – ବୌଦ୍ଧବ୍ଲକ୍‌ ଶଗଡା ଗ୍ରାମ ପଞ୍ଚାୟତ ଝାଙ୍କରପଡା ଗ୍ରାମରେ ନୂତନ ନଳକୂପ ଖନନ ପାଇଁ ଦାବୀ ଜଣାଇ ଆଜି ଗ୍ରାମବାସୀ ବୌଦ୍ଧସ୍ଥିତ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଝାଙ୍କରପଡା ଗ୍ରାମରେ ଥିବା ତିନି ଗୋଟି ନଳକୂପ ମଧ୍ୟରୁ ଗୋଟିଏ ନଳକୂପ ଏକ ବର୍ଷରୁ ଅଧିକ ସମୟ ହେଲା ଅଚଳ ଓ ଅନ୍ୟ ଦୁଇଟି ନଳକୂପରେ ଫ୍ଲୋରାଇଡ ମିଶ୍ରିତ ପାଣି ବାହାରୁଥିବା ଯୋଗୁଁ ଲୋକଙ୍କ ବ୍ୟବହାରରେ ଆସୁ ନାହିଁ । ଲୋକେ ଫ୍ଲୋରାଇଡ ମିଶା ପାଣି ପିଇ ଅନେକ ଜଟିଳ ରୋଗରେ ପୀଡିତ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରାୟ ବର୍ଷେତଳେ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଥିଲେ ଓ ଜିଲ୍ଲାପାଳ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ନିର୍ବାହୀଯନ୍ତ୍ରୀ ନିକଟକୁ ପ୍ରେରଣ କରିଥିଲେ । ଏ ଭିତରେ ୧ ବର୍ଷ ବିତି ଯାଇଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବା ସେମାନେ ଅଭିଯୋଗ କରିଛନ୍ତି । ଆଜି ଯୁବ ନେତା ରଘୁନାଥ ପଲିଆଙ୍କ ନେତୃତ୍ୱରେ ଗ୍ରାମବାସୀ ବୌଦ୍ଧ ଆସି ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣାଧିନ ଥିବାରୁ ବର୍ତ୍ତମାନ ନଳକୂପ ଖନନ ହୋଇପାରିବ ନାହଁ ଓ ଅପେକ୍ଷା କରିବାକୁ ପଡିବ ବୋଲି କହିବା ପରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରି ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

fourteen − eleven =