ବୌଦ୍ଧ : ୟୁରିଆ ସାରର ବ୍ୟାପକ କଳାବଜାର ଅଭିଯୋଗ

0 1,029

ବୌଦ୍ଧ,୬/୮ – ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ବ୍ୟାପକ କଳାବଜାର ହେଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ୟୁରିଆ ସାରର ବସ୍ତା ପ୍ରତି ଦର ୨୬୬ ଟଙ୍କା ୫୦ ପଇସା ଥିବା ବେଳେ ଡିଲର ମାନେ ୪୫୦ଟଙ୍କା ପର୍ଯ୍ୟନ୍ତ ଦରରେ ବିକ୍ରି କରୁଥିବା କୁହାଯାଉଛି । କୃଷି ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ ଜିଲ୍ଲାରେ ଚଳିତ ଖରିଫ ଧାନ ଚାଷ ପାଇଁ ପାଞ୍ଚ ହଜାର ମେଟ୍ରିକ ଟନ ସାରର ଆବଶ୍ୟକ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୩୦୦ ମେଟ୍ରିକ ଟନ ସାର ବୌଦ୍ଧକୁ ଆସି ୨୨୧ ଜଣ ପଂଜିକୃତ ଡିଲର ମାନଙ୍କୁ ବିକ୍ରୟ ପାଇଁ ବଣ୍ଟନ କରାଯାଇଛି । ଡିଲରମାନେ ସେଥିମଧ୍ୟରୁ ୧୭୦୦ ମେଟ୍ରିକ ଟନ ସାର ଚାଷୀ ମାନଙ୍କୁ ବିକ୍ରିକରି ସାରିଛନ୍ତି ଓ ଆହୁରି ୧୬୦୦ ମେଟ୍ରିକ ଟନ ସାର ମହଜୁଦ୍‌ ଅଛି । କୃଷି ବିଭାଗ ତଥ୍ୟ ଅନୁଯାୟୀ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସାରର ଅଭାବ ଦେଖା ଯାଇନାହିଁ । ମାତ୍ର ଦୁଃଖର କଥା କେଉଁ କାରଣରୁ ଚାଷୀମାନଙ୍କୁ ୪୫୦ଟଙ୍କା ଦରରେ ୟୁରିଆ କିଣିବାକୁ ପଡୁଛି । ସାର କଳାବଜାର ଓ ଅଧିକ ଦରରେ ବିକ୍ରୀକୁ ପ୍ରତିହତ କରିବା ପାଇଁ ତିନୋଟି ବ୍ଲକ ଓ ଜିଲ୍ଲାସ୍ତରୀୟ ସ୍କ୍ୱାର୍ଡ ଗଠନ କରାଯାଇଛି । ମାତ୍ର ଚାଷୀ ଶୋଷିତ ହେଉଥିଲେ ମଧ୍ୟ ସ୍କ୍ୱାର୍ଡ କୌଣସି କାମକୁ ଆସୁନଥିବା ଚାଷୀ ଅଭିଯୋଗ କରିଛନ୍ତି ।
ସାରର ସୁଷମ ବଂଟନ ପାଇଁ ଗଠନ ହୋଇଥିବା ସ୍କ୍ୱାର୍ଡକୁ କାର୍ଯ୍ୟରେ ଲଗାଇ ଅଧିକ ଦରରେ ସାର ବିକ୍ରି କରୁଥିବା ଅସାଧୁ ଡିଲର ମାନଙ୍କ ଉପରେ ଚଢାଉ କରାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେବାକୁ ଚାଷୀ ମହଲରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

2 + 3 =