ଶ୍ରମିକମାନଙ୍କ ସମସ୍ୟା ନେଇ ଏଆଇଟିୟୁସି ପକ୍ଷରୁ ଗଣଧାରଣା

0 110

ବୌଦ୍ଧ,୨/୮- ବୌଦ୍ଧଜିଲ୍ଲାର ନିର୍ମାଣ ଶ୍ରମିକଙ୍କ ବହୁବିଧ ସମସ୍ୟା ଯଥା ଝିଅ ବିବାହ ସହାୟତା, ଶିକ୍ଷା ସହାୟତା, ମୃତ୍ୟୁକାଳୀନ ସହାୟତା ଆଦିି ପ୍ରଦାନ କ୍ଷେତ୍ରରେ ଜିଲ୍ଲାଶ୍ରମଧିକାରୀଙ୍କ ଟାଳଟୁଳ ନୀତି ପ୍ରତିବାଦରେ ଆଜି ଏଆଇଟିୟୁସି ସହବନ୍ଧିତ ଓଡିଶା ଫରେଷ୍ଟ ଉଡ ଏଗ୍ରିକଲଚର ଓ ବିଲଡିଂ କନଷ୍ଟ୍ରକ୍ସନ ୟୁନିଅନ ପକ୍ଷରୁ ଏଆଇଟିୟୁସି ଜିଲ୍ଲା ସଭାପତି ତଥା ୯ ନଂ ଜୋନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁଙ୍କ ସଭାପତିତ୍ୱରେ ଜିଲ୍ଲା ଶ୍ରମଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ଏହିଧାରଣାରେ ଏଆଇଟିୟୁସିର ରାଜ୍ୟ ଉପସାଧାରଣ ସମ୍ପାଦକ ତଥା ନିର୍ମାଣ ଶ୍ରମିକ ୟୁନିଅନ ସମନ୍ୱୟ ସମିତିର ରାଜ୍ୟ ଆବାହକ ସାଥି. ବିଜୟ ଜେନା, କନ୍ଧମାଳ ଜିଲ୍ଲା ନେତା ଶିଶିର ମଲ୍ଲିକ, ସିପିଆଇ ଜିଲ୍ଲା ସମ୍ପାଦକ ପ୍ରଦୀପ ମହାକୁଡ, ସହସମ୍ପାଦକ ଜୟନ୍ତ ଦେହୁରୀ, ନେତ୍ରାନନ୍ଦ କଁହର ଏଆଇୱାଇଏଫ ଜିଲ୍ଲାସଭାପତି ସୁଧାଂଶୁ ପ୍ରଧାନ ପ୍ରମୁଖ ଯୋଗଦେଇ ଡିଏଲଓ ଅଫିସ ସଂପ୍ରତିି ବିଜେଡି କାର୍ଯ୍ୟାଳୟରେ ପରିଣତ ହୋଇଥିବାରୁ ଶ୍ରମିକମାନେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଛନ୍ତି । ଏଣୁ ତୁରନ୍ତ ଆଇନ ଅନୁଯାୟୀ ଜିଲ୍ଲାର ଶ୍ରମିକ ମାନଙ୍କୁ ନ୍ୟାୟ ପ୍ରଦାନ ନକଲେ ଜିଲ୍ଲାବ୍ୟାପି ଆନ୍ଦୋଳନକୁ ବ୍ୟାପକ କରିବାପାଇଁ ଚେତାବନୀ ଦେଇଥିଲେ । ପରିଶେଷରେ ଅଗଷ୍ଟ ମାସ ଶେଷ ସୁଦ୍ଧା ସମସ୍ତ ବକେୟା କାର୍ଯ୍ୟ ଶେଷ କରିବାର ପ୍ରତିଶ୍ରୁତି ଦେଲା ପରେ ଆନ୍ଦୋଳନରୁ ଓହରିଥିଲେ । ଏହି ଗଣଧାରଣାରେ ଅନ୍ୟମାନଙ୍କ ମଧ୍ୟରେ ଭୀମସେନ ଘିବେଲା, ପ୍ରଦୀପ କୁମାର ସାହୁ, ଭାଗିରଥି ଦାସ, ହାଡିବନ୍ଧୁ ବେହେରା, ଗୋପବନ୍ଧୁ ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଶହେରୁ ଉଦ୍ଧ୍ୱର୍ ଆନ୍ଦୋଳନକାରୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

ten + 19 =