ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ କିଷାନ କଂଗ୍ରେସର ୯ ଦଫା ଦାବିପତ୍ର ପ୍ରଦାନ

0 566

ବୌଦ୍ଧ,୧୬/୬- ଆଜି ବୌଦ୍ଧ ଜିଲ୍ଲା କିଷାନ କଂଗ୍ରେସର ସଭାପତି ରଘୁନାଥ ପଲିଆଙ୍କ ନେତୃତ୍ୱରେ ଜିଲ୍ଲାର ଚାଷୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏକ ୯ ଦଫା ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କୁ ପ୍ରଦାନ କରିବାକୁ ଯାଇଥିବାବେଳେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଏନ.ସି ଜ୍ୟୋତିରଞ୍ଜନ ନାୟକଙ୍କୁ ପ୍ରଦାନ କରିଛନ୍ତି । ଚଳିତ ରବି ଧାନ ବିକ୍ରୟ ପାଇଁ ଟୋକେନ ଅବଧିକୁ ୧ ମାସ ବୃଦ୍ଧି କରିବା, ପଂଜିକୃତ ଚାଷୀଙ୍କ ଠାରୁ ସମସ୍ତ ଧାନ କିଣିବା, ରଦ୍ଦ ହୋଇଥିବା ଟୋକେନ ଗୁଡିକ ପୁନଃ କାର୍ଯ୍ୟକ୍ଷମ କରାଇବା, ନିର୍ଦ୍ଧାରିତ ସମୟ ମଧ୍ୟରେ ସବୁ ଧାନ କିଣିବା ପାଇଁ ଟାର୍ଗେଟ ପ୍ରଦାନ କରିବା, ଅଖା ଓ ମଣ୍ଡିକୁ ପରିବହନ ଖର୍ଚ୍ଚ ସିଧା ଚାଷୀଙ୍କୁ ପ୍ରଦାନ କରିବା, କଟନୀ ଛଟନୀ ବନ୍ଦ କରିବା ଓ ସର୍ବନିମ୍ନ ସହାୟକ ମୁଲ୍ୟ ଉପରେ ୫୦୦ ଟଙ୍କା ବୋନସ ପ୍ରଦାନ କରିବା, ସ୍ୱାମୀନାଥନ କମିଟିର ସୁପାରିଶ ଆଧାରରେ ଧାନ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବା ଆଦି ଦାବି କରିଛନ୍ତି । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା କିଷାନ କଂଗ୍ରେସ ସଭାପତି ରଘୁନାଥ ପଲିଆଙ୍କ ସମେତ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ ରାୟ ସଞ୍ଜୀବ କୁମାର ଦେଓ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ, ଛାତ୍ର କଂଗ୍ରେସ ସଭାପତି ବିକ୍ରମ ପ୍ରଧାନ, କଂଗ୍ରେସ ନେତା ପ୍ରଦୀପ ଦାସ, ଚିତ୍ତରଞ୍ଜନ ବେହେରା, ମନୋରଂଜନ ଅମାତ୍‌ ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nineteen + eight =