ଚିନ୍ତା ବଢ଼ାଉଛି ପ୍ରବାସୀ ଫେରନ୍ତା, ଅନ୍ୟ ରାଜ୍ୟ ବସ୍‌ ଦେଖି ଲୋକେ ଆତଙ୍କିତ

0 1,804

ବୌଦ୍ଧ/ଜହ୍ନାପଙ୍କ,୧୫/୫- ବର୍ତ୍ତମାନ ରାଜ୍ୟ ତଥା ଦେଶରେ କରୋନାର ଦ୍ୱିତୀୟ ଲହର ଦ୍ରୁତଗତିରେ ବଢି ଚାଲିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରତି ରାଜ୍ୟସୀମା ସିଲ୍‌ କରିବାପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଯେପରି ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ନଫେରନ୍ତି ସେଥିପାଇଁ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ମଧ୍ୟ ଠିକ ଠାକ ଚାଲିଥିଲା । କିନ୍ତୁ ଗତ କିଛି ଦିନ ହେଲା ଅନ୍ୟ ରାଜ୍ୟର ବସ ଯୋଗେ ପ୍ରବାସୀ ଓଡ଼ିଆ ଘର ବାହୁଡ଼ା ଯୋଗୁଁ ଅଞ୍ଚଳବାସୀ ଆଶା ଓ ଆଶଙ୍କାରେ ଅଛନ୍ତି । କିଛି ଦିନ ତଳେ ଜିଲ୍ଲା ପ୍ରଶାସନ ପ୍ରବାସୀ ଓଡ଼ିଆମାନଙ୍କ ପାଇଁ କ୍ୱାରେଣ୍ଟାଇନ ସେଣ୍ଟରକୁ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ପରିପ୍ରେକ୍ଷୀରେ ଜହ୍ନାପଙ୍କ ସରକାରୀ ଉଚ୍ଚ ବିଦ୍ୟାଳୟକୁ କ୍ୱାରେଣ୍ଟାଇନ ସେଣ୍ଟର ପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଥିଲା । ଜିଲ୍ଲାପାଳ ଓ ବିଡ଼ିଓ ମଧ୍ୟ ତଦାରଖ କରିଦେଖିଥିଲେ । ୨୦ ଟି ବେଡ଼ ମଧ୍ୟ ପ୍ରସ୍ତୁତ ହୋଇ ପଡିଥିଲା । କିନ୍ତୁ କିଛି ଦିନ ତଳେ ଏକ ବସ କେଏଲ-୦୨-ଏ ୱାଇ -୦୩୦୬ ଅଞ୍ଚଳର ଶ୍ରମିକଙ୍କୁ ଆଣି ଗାଁ ଗାଁ ଛାଡିଯାଉଥିବା ଦେଖିବାକୁ ମିଳିଥିଲା । କିଛି ସମୟ ଜହ୍ନାପଙ୍କ ଛକରେ ଠିଆହୋଇଥିଲା ତାପରେ କମିରା ରାସ୍ତାରେ ଯାଇଥିଲା । ତେବେ ଏମାନଙ୍କ ଦ୍ୱାରା ଏବେ ଗ୍ରାମାଞ୍ଚଳରେ କରୋନା ସଂକ୍ରମଣ ବଢୁଥିବା ସନ୍ଦେହ କରାଯାଉଛି । ତେବେ ପୂର୍ବରୁ ଆଶାମାନଙ୍କ ଦ୍ୱାରା ଗାଁରେ ସର୍ଭେ କରାଯାଇଥିବା ଆଧାରକୁ ନିଆଯାଏ ତେବେ କିଏ କିଏ ବାହାରେ ଥିଲେ ତାହା ସ୍ପଷ୍ଟ ହୋଇଯିବ ଏବଂ ସେମାନଙ୍କ କୋଭିଡ ଟେଷ୍ଟ କରାଗଲେ ସଂକ୍ରମଣ ବଢିବା ଚେନକୁ ଭାଙ୍ଗିହେବ ବୋଲି ସାଧାରଣରେ ମତପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

3 × four =