ପଥପ୍ରାନ୍ତ ବନୀକରଣ ଯୋଜନା ଦିଗହରା

0 710

ବୌଦ୍ଧ/ଜହ୍ନାପଙ୍କ,୨/୫- ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଦ୍ୱାରା ଗ୍ରାମାଞ୍ଚଳରେ ବନୀକରଣ ଯୋଜନା ଆରମ୍ଭକରି ସବୁଜ ସୁନ୍ଦର କରିବାକୁ ପ୍ରୟାସ କରାଯାଇଛି । କିନ୍ତୁ ସୁନ୍ଦର ଯୋଜନାକୁ ପ୍ରଣୟନ ପରେ ଯୋଜନା ଦିଗହରା ହେଉଥିବା ଲକ୍ଷ୍ୟ କରାଯାଇଛି । ଏମ୍‌ ଜି ଏନ ଆର ଜି ଏ ଦ୍ୱାରା ବୌଦ୍ଧବ୍ଳକ ଲୁଣ୍ଡାବେରେଣିଠାରୁ ବଢ଼ିଗାଁ ରାସ୍ତାରେ ପଥପ୍ରାନ୍ତ ବନୀକରଣ ନିମନ୍ତେ ବିଭିନ୍ନ ପ୍ରକାରର ଗଛ ଲଗାଇବା ନିମନ୍ତେ ଲକ୍ଷ ।ଧିକ ଟଙ୍କା ବିନିଯୋଗ କରାଯାଇଛି । କିନ୍ତୁ ବାସ୍ତବରେ ବନୀକରଣ ଚିତ୍ରପଟ ପୁରା ଅଲଗା । ଲଗାଯାଇନଥିବା ଗଛଗୁଡିକୁ ମଧ୍ୟରୁ ଅଧିକାଂଶ ଗଛ ଶୁଖି ଗଲାଣି । ଗଛଗୁଡିକୁ ସୁରକ୍ଷିତ ରଖିବା ପାଇଁ ଜାଲି ଲଗାଯାଇଛି । କିନ୍ତୁ ଗଛଗୁଡିକର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ କଥା ସମ୍ପୂର୍ଣ୍ଣ ଭୁଲିଯାଇଛନ୍ତି । ଅନେକ ଗଛ ମରିଗଲାଣି । କିନ୍ତୁ ଜଙ୍ଗଲ ବିଭାଗର ଦୃଷ୍ଟି ଏଥିପ୍ରତି ଦୃଷ୍ଟି ପଡୁନାହିଁ । ଗଛଗୁଡିକରେ ପାଣି ଦେଉନଥିବାରୁ ମରିଯାଇଥିବା ଜଣାପଡିଛି । ବନୀକରଣ ଯୋଜନା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଯୋଜନାର ସଫଳ ରୂପାୟନ ବାସ୍ତବରେ ଦିଶାହୀନ ହୋଇଛି । ଏହିପରି ଖୁଂଟବନ୍ଧ ପଞ୍ଚାୟତର ଜହ୍ନାପଙ୍କ ସରକାରୀ ଉଚ୍ଚ଼ ବିଦ୍ୟାଳୟ ପରିସରରେ ଲଗାଯାଇଥିବା ଗଛର ମଧ୍ୟ ଅନୁରୂପ ଅବସ୍ଥା । ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ଗଛଗୁଡିକର ଯତ୍ନ ନେବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

seven + 14 =