ବୌଦ୍ଧ,୧୭/୧୦ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ସରସରା ପଞ୍ଚାୟତସ୍ତରୀୟ ମହାସଂଘ ଅଫିସରେ ଓଡିଶା ଜୀବିକା ମିଶନ ତରଫରୁ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା, ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଓ ଅଟଳ ପେନସନ ଯୋଜନାର ଲୋକମାନେ କିପରି ଲାଭ ନେଇପାରିବେ ଏବଂ ସମସ୍ତେ କିପରି ଅନ୍ତର୍ଭୁକ୍ତ ହୋଇପାରିବେ ସେବିଷୟରେ ଗୋଟିଏ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମଞ୍ଚ ମହାସଂଘର ସଭାନେତ୍ରୀ ସିଳିମା ସାମଲ,ସମ୍ପାଦିକା ସଂଯୁକ୍ତା ଦାସିଆ, ଏମବିକେ ଲକ୍ଷ୍ମୀପ୍ରିୟା ବେହେରା, ନାରାୟଣପୁର ସି. ଆର. ପି. ରଞ୍ଜନା ବେହେରାଙ୍କ ସମେତ ମହାସଂଘର ସମସ୍ତ ସି. ଆର. ପି. ଓ ଇ.ସି. ମେମ୍ବର, ଅଙ୍ଗନବାଡି କର୍ମୀ , ଆଶା ଦିଦି ମାନେ ଉପସ୍ଥିତ ରହିଥିଲେ । ଏହିସଭାରେ ହରଭଙ୍ଗା ବ୍ଲକର ବି.ଏଲ. ସି. ଶ୍ରୀ ସୁଧୀର ଜେନା ଉପସ୍ଥିତ ରହି ସରକାରଙ୍କ ଏହି ବୀମା ଓ ପେନସନ ଯୋଜନା ସମ୍ୱନ୍ଧରେ ଆଲୋଚନ କରାଯାଇଥିଲା । ଏହାପରେ ସରସରା ପଞ୍ଚାୟତ ସଂଘର ମାଆମାନଙ୍କୁ ନେଇ ଗୋଟିଏ ସଚେତନତା ରାଲି ଆୟୋଜିତ ହୋଇଥିଲା ।